Home ଅପରାଧ ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ, ଏସପିଙ୍କୁ ଭେଟିଲା ସାବିନା

ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ, ଏସପିଙ୍କୁ ଭେଟିଲା ସାବିନା

383

ଯାଜପୁର୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଗୁହାରୀ ଜଣାଇଛି ପିଡିତା ସାବିନା । ଏମିତିକି ତାର ପରିବାର ପ୍ରତି ବର୍ତମାନ ବିପଦ ଦେଖାଦେଇଛି । ମଙ୍ଗଳପୁର ଓ କୋରାଇ ପୁଲିସ କେବଳ ମାମଲା ରୁଜ୍ଜୁ ୨ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ବୁଲୁଛିନ୍ତି । ତୁରନ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରଇଛନ୍ତି ସାବିନା । ଏସପି ଚରଣ ସିଂହ ମୀନା ଦୁଇ ଥାନାଧିକାରୀଙ୍କୁ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ କରିଥିବା ସୁଚନା ମିଳିଛି । ସୁଚନାଯୋଗ୍ୟ- ମଙ୍ଗଳପୁର ଥାନା ଅନ୍ତର୍ଗତ ମେରଡା କାଟିଆ ଛକର ସାବିନା ବିବି(୨୫) ପାଣିକୋଇଲି ଗ୍ରାମର ଲାଲ ଖାନଙ୍କ ପୁଅ ଇମ୍ରାନ ଇମାମ ଖାନକୁ ଗତ ୨୦୧୭ମସିହା ପେୃଆରୀ ୧୧ ତାରିଖ ମୁସଲିମ ରିତୀ ନିତୀରେ ବିବାହ କରିଥିଲା । ସ୍ୱାମୀ ସ୍ତ୍ରୀ ଓ ତାଙ୍କ ପରିବାର ମଧ୍ୟରେ ଭଲ ସର୍ମ୍ପକ ମଧ୍ୟ ଥିଲା । ହେଲେ ୨ମାସ ପରେ ଇମ୍ରାନ ତାର କର୍ମସ୍ଥଳୀ ସାଉଦି ଆରବ ଯାଇଥିଲେ । ସେତେବେଳକୁ ସାବିନା ୨ ମାସର ଗର୍ଭବତୀ ଥିଲେ । ହେଲେ ସ୍ୱାମୀ ବିଦେଶ ଯିବାର କିଛି ଦିନ ପରେ ଅଧିକ ଯୌତୁକ ଦାବିରେ ପରିବାରର ଶଶୁର, ଶାଶୁ, ଦିଅର ଓ ନଣନ୍ଦ ମିଶି ତାଙ୍କୁ ଅଧିକ ଯୌତୁକ ଦାବିରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନ ଦେବା ଆରମ୍ଭ କଲେ । ନିର୍ଯ୍ୟାତନ ବଢି ଚାଲିବାରୁ ଓ ଜୀବନ ପ୍ରତି ବିପଦ ଥିବାରୁ ସାବିନା ୨୦୧୭ ଜୁଲାଇ ୧୨ ତାରିଖ ବାପଘରକୁ ପଳାଇଯାଇଥିଲେ । ପରେ ସ୍ୱାମୀ ବିଦେଶରୁ ଘରକୁ ଫେରି ସାବିନା ସହ କୌଣସି ସର୍ମ୍ପକ ରକ୍ଷା କରିନଥିଲେ । ସାବିନା ଯେତେ ସର୍ମ୍ପକ ଯୋଡିବାକୁ ଚେଷ୍ଟା କଲେ ମଧ୍ୟ ତାହା ବିଫଳ ହୋଇଥିଲା । କୌଣସି ଥଇଥାନ ବ୍ୟବସ୍ଥା ନହେବାରୁ ସେ ବାଧ୍ୟ ହୋଇ ମଙ୍ଗଳପୁର ଥାନାରେ ୨୦୧୯ ଜୁନ ୧୧ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଦଫା ୪୯୮(ଏ), ୩୨୩, ୨୯୪, ୫୦୬, ୩୪ ଆଇପିସି, ୪ଡିପି ଆକ୍ଟରେ ମାମଲା ରଜ୍ଜୁ କରି ହାତବାନ୍ଧି ବସିଲା । ମାମଲାର ତଦନ୍ତ ଆଗକୁ ନେଲେ ନି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି । ଏମିତିକି ଯୌତୁକ ସାମଗ୍ରୀକୁ ଫେରାଇଲେ ନାହିଁ । ଏସର୍ମ୍ପକରେ ଥାନାରେ କହିବାରୁ ଓଲଟି ଗାଳିଗୁଲଜ କଲେ । ଏହା ମଧ୍ୟରେ ଇମ୍ରାନ ମଧ୍ୟ ଅନ୍ୟ ଏକ ପନôୀ ଗ୍ରହଣ କରିଛନ୍ତି । ଏନେଇ କୋରାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୈାଣସି କାର୍ଯ୍ୟନୁଷ୍ଠାନ ନେଲାନାହିଁ । ଶେଷରେ ସବୁଠୁ ନିରାଶ ହୋଇ ନାବାଳିକା ଜିଅକୁ ଧରି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ପିଡିତା । ପରେ କୋରାଇ ପୁଲିସ ମାମଲା ରୁଜ୍ଜୁ କରି ଶଶୁର ଓ ଦେଢଶୁରକୁ କୋର୍ଟ ଚାଲାଣ କରିଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବେି ଫେରାର ଥିବାବେଳେ ପୁଲିସ ତାର ପତା ପାଉନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.