Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ କ୍ରୀଡା ପ୍ରତିଯୋଗୀତା

ମାଲକାନଗିରି ଜିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ କ୍ରୀଡା ପ୍ରତିଯୋଗୀତା

93

ମାଲକାନଗିରି,୨୬ା୧୧ (ଓଡିଆ ପୁଅ ) ଜିଲ୍ଲା ପ୍ରଶାସନ,ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମିଳିତି ଆନୁକୁଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା ଆଜି ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣିଦଳାଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ  ଯୋଗଦେଇ ପତାକା ଉତୋଳନକରି ମଶାଲ ପ୍ରଜ୍ଜଳନ କରି କ୍ରୀଡାପ୍ରତି ଯୋଗୀତା କୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗୀତା ରେ ମାଲକାନଗିରି, କାଲିମେଳା,ପଡିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା,ମାଥିଲି,ଖଇରପୁଟ ସାତଟି ଯାକ ବ୍ଲକ,ବାଲିମେଳା ଏନଏସି ଓ ମାଲକାନଗିରି ପୌରପରିଷଦ ଅଚଂଳରୁ ଶତାଧିକ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ଭାଗନେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୁଇଲ ଚେୟାର,ତିନି ଚକିଆ ସାଇକେଲ,ଦୈଡ,ସଂଗୀତ, ନୃତ୍ୟ,ଚିତ୍ରାଙ୍କନ, ବକୃତା,ଆଦି କ୍ରୀଡା ପ୍ରତି ଯୋଗୀତା କରାଯାଇଥିଲା । ଅପରାହ୍ନରେ ଉଦଯାପନୀ ଉତ୍ସବରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ ହାସଲ କରିଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର  ପ୍ରଦାନ କରିଥିଲେ । ଏହି କ୍ରୀଡା ଉତ୍ସବରେ  ଅନ୍ୟାନ ମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଜଂନ ଦାଶ, ଜିଲ୍ଲାକ୍ରୀଡା ଅଧିକାରୀ କୂଳମଣି ନିଆଲ,ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ରତିକାନ୍ତ ନାୟକ,କ୍ରୀଡା ଶିକ୍ଷକ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଲୁକାଇତ କ୍ରୀଡା ଓ କଳାପ୍ରତିଭା କୁ ଲୋକ ଲୋଚନକୁ ଆଣିବାର କ୍ରୀଡାପ୍ରିତି ଯୋଗୀତା ଏକ ମାଧ୍ୟମ ବୋଲି କହିବା ସହିତ ସେମାନଙ୍କ ପାଇଁ କଣ କଣ ସରକାରି ସୁବିଧା ସୁଯୋଗ ରହିଛି ସୁଚନା ଦେଇଥିଲେ । ଦିବ୍ୟାଙ୍ଗ ଛାତ୍ର ଛାତ୍ରୀମାନେ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.