Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ମିଶନଶକ୍ତି ପକ୍ଷରୁ ମେଗା ରୁଣ ମେଳା,୯୬୮ମହିଳା ସ୍ୱଂୟସହାୟକ ଗୋଷ୍ଠିଙ୍କୁ ୧୨କୋଟି୨୪ଲକ୍ଷ ରୁଣ ପ୍ରଦାନ

ମାଲକାନଗିରି ଜିଲ୍ଲାରେ ମିଶନଶକ୍ତି ପକ୍ଷରୁ ମେଗା ରୁଣ ମେଳା,୯୬୮ମହିଳା ସ୍ୱଂୟସହାୟକ ଗୋଷ୍ଠିଙ୍କୁ ୧୨କୋଟି୨୪ଲକ୍ଷ ରୁଣ ପ୍ରଦାନ

33

ମାଲକାନଗିରି,୧୫ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ଆଜି ଗୋଟିଏ ଦିନରେ ୯୬୮ଟି ମହିଳା ସ୍ୱଂୟସହାୟକ ଗୋଷ୍ଠିଙ୍କୁ ବିଭିନ୍ନ ବ୍ୟାଙ୍କଦ୍ୱାରା ୧୨କୋଟି୨୪ଲକ୍ଷ ଟଙ୍କାର ରୁଣପ୍ରଦାନ କରାଯାଇଛି ।ବିଶେଷ କରି ମାଲକାନଗିରି ବ୍ଲକ ପରିସରରେ ଆୟୋଜିତ ମେଗା ରୁଣମେଳାରେ ୨୮୦ଟି ମହିଳା ସ୍ୱଂୟସହାୟକ ଗୋଷ୍ଠିର ମହିଳାମାନଙ୍କୁ ୩କୋଟି୫୫ଲକ୍ଷ୬୫ହଜାର ଟଙ୍କାର ରୁଣପ୍ରଦାନ କରାଯାଇଛି । ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଜୟକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡିଶା ଜୀବୀକା ମିଶନ ପକ୍ଷରୁ ଆୟୋଜିତ ମେଗା ରୁଣମେଳାରେ ମୁଖ୍ୟଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଯୋଗଦେଇ ଏହି ରୁଣ ମେଳାକୁ ଉଦଘାଟନ କରିଥିଲେ । ଏହି ଅବସରେ ମୁଖ୍ୟବକ୍ତାଭାବେ ଓଡିଶା ଜୀବୀକା ମିଶନର ଜିଲ୍ଲା ପରିଚାଳକ ପବିତ୍ରମୋହନ ବାରା, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ,ସାମ୍ବାଦିକ ରତ୍ନାକରଦାଶ,ମିଶନଶନ ଶକ୍ତିର ସଂଯୋଜିକା ରେଣୁବାଳା ସାହୁ,ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ ମାନେ ଉପସ୍ଥିତ ରହି ଏସଏଚଜି ମାନଙ୍କୁ ରୁଣ ସଂପର୍କରେ ବୁଝାଇବା ସହିତ ସେମାନଙ୍କୁ ରୁଣ ଚେକ ପ୍ରଦାନ କରିଥିଲେ । ଓଡିଶା ଜୀବୀକା ମିଶନର ରୋଜାଲିନ ଦାଶ ମଚଂ ପରିଚାଳନା କରିଥିବା ବେଳେ ବ୍ଲକ ସଂଯୋଜକ ପ୍ରତାପ କୁମାର ନାୟକ ଓ ଓଏଲଏମ,ବ୍ଲକ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏସବିଆଇ,ନେସନାଲ ପଜାଂବବ୍ୟାଙ୍କ,ୟୁଜିବି,କାନାଡା,ସେଟ୍ରାଂଲ,ଉତ୍କଳ,କେସିସି, ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ମହିଳା ସ୍ୱଂୟ ସହାୟକଗୋଷ୍ଠି ମାନଙ୍କୁ ଏହି ରୁଣ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.