Home ଓଡ଼ିଶା ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଟିଫିନବମ,ବିସ୍ପୋରକ ଦ୍ରବ୍ୟ ଓ ମାଓସାମଗ୍ରୀ ଜବତ

ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଟିଫିନବମ,ବିସ୍ପୋରକ ଦ୍ରବ୍ୟ ଓ ମାଓସାମଗ୍ରୀ ଜବତ

27

ମାଲକାନଗିରି,୧୫ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଜୋଡାଆମ୍ବ ଥାନାସ୍ଥ ସ୍ୱାଭିମାନଅଚଂଳରେ ମାଓବାଦୀଙ୍କ ବଡଧରଣର ହିଂସାକାଣ୍ଡ ଯୋଜନା କୁ ପଣ୍ଡ କରିଦେଇଛନ୍ତି ଯବାନ ମାନେ । ବିସ୍ପୋରଣକରିବା ପାଇଁ ମାଓବାଦୀ ମାନେ ଜଙ୍ଗଲରେ ଲୁଚାଇରଖିଥିବା ଟିଫନ ବମ,ଲାଣ୍ଡମାଇନ ବ୍ୟବହୃତ ସାମଗ୍ରୀ,ବିସ୍ପୋରକଦ୍ରବ୍ୟ,ସହିତ ଅନେକ ମାଓସମଗ୍ରୀକୁ ଜବତ କରିଛନ୍ତି ଯବାନ ମାନେ । ଆଜି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଭିଳାଶ ଜୀ ଓ ବିଏସଏଫ ଅଧିକାରୀ ଏହି ସୁଚନା ଦେବାସହିତ ଜବତ ସାମଗ୍ରୀଗୁଡିକୁ ପ୍ରଦର୍ଶନ କରିଥିଲେ । ଗତ୭ତାରିଖ ଠାରୁ ସ୍ୱାଭିମାନ ଅଚଂଳର ଜୋଡାଆମ୍ବ ଥାନାସ୍ଥ ନନ୍ଦାମେଜାଂରୀ ଗ୍ରାମଜଙ୍ଗଲରେ ଡିଭିଏଫ,ଏସଓଜି, ବିଏସଏଫ ଯବାନ ମାନେ ମିଳିତ ଭାବେ କୁମ୍ବିଂ ଓ ସର୍ଚଅପରେସନ ଚଳାଇଥିଲେ ।ସେହି ଜଙ୍ଗଲରେ ସର୍ଚଅପରେସନ ବେଳେ ତିନୋଟି ଆଇଡି,ଟିଫିନବମ,କୋଡେକ୍ସ ତାର,ବହୁପରିମାଣର ବିସ୍ପୋରକ ଦ୍ରବ୍ୟ,ଜୀବନ ରକ୍ଷାକାରୀ ଔଷଧ,୧୨ଭୋଲ୍ଟର ବ୍ୟାଟେରି ୨ଟି,ବିସ୍ପୋରଣ ସାମଗ୍ରୀ ସହିତ ମେସିନ,ପଲିଥିନ,କ୍ୟାମେରୀ ପ୍ଲାସ,ମାଓପୁସ୍ତକ ଆଦି ମାଓସାମଗ୍ରୀ ଏକ ଗଛମୁଳରେ ଡ୍ରମଭିତରେ ପୋତା ଯାଇ ରଖିଯାଇଥିବାର ଦେଖିବାକୁ ପାଇଥିଲେ । ଅତି ସତର୍କାତାର ସହିତ ଯବାନ ମାନେ ପୋତା ଯାଇଥିବା ମାଓବାଦୀଙ୍କ ସାମଗ୍ରୀକୁ ଉଦ୍ଧାରକରି ପୁଲିସହେର୍ଡକ୍ୱାଟରକୁ ଆଣିଥିଲେ । ସେହି ସବୁସାମଗ୍ରୀ ଗୁଡିକୁ ମାଓବାଦୀ ମାନେ ଯବାନ ମାନଙ୍କୁ ଟାର୍ଗେଟ କରି କୌଣସି ଏକ ବଡଧରଣର ବିସ୍ପୋରଣକରିବା ପାଇଁ ଯୋଜନା ଚଳାଇଥିବାର ପୁଲିସ ସନ୍ଦେହକରିଛି, ମାଓବାଦୀ ମାନଙ୍କ ଯୋଜନାକୁ ଯବାନ ମାନ ପଣ୍ଡକରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.