Home କୋରାପୁଟ ଭର୍ଚୁଆଲ ମାଧ୍ୟମରେ ପୁଟସିଲ ଇକୋ ରିଟ୍ରେଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭର୍ଚୁଆଲ ମାଧ୍ୟମରେ ପୁଟସିଲ ଇକୋ ରିଟ୍ରେଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

36

କୋରାପୁଟ ୧୫-୧୨(ଓଡିଆ ପୁଅ /ରଂଜନ ଦାସ)ଦେଓମାଳି ପାଦଦେଶରେ ରହିଥିବା ପୁଟସିଲ ଇକୋ ରିଟ୍ରେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଗାଟନ କରିଛନ୍ତି ।ଗିର୍ଲିମାଳି ପର୍ବତ ଟାପୁରେ ଆୟୋଜିତ ଉତ୍ସବରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର , ପଟ୍ଟାଙ୍ଗ ୀ ବିଧାୟକ ପୀତମ ପାଢି,କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ,ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି , ସେମିଲିଗୁଡା ବ୍ଲକ ଅଧ୍ୟକ୍ଷା ବାସନ୍ତି ଛେଦନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ ପରିଚାଳନା କରିଥିବା ବେଳେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟି.ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ ।ଇକୋ ରିଟ୍ରେଟରେ ଅସ୍ଥାୟୀଭାବେ ୨୭ ଟି ବିଳାସପୂର୍ଣ୍ଣ ତମ୍ବୁ ନିର୍ମାଣ କରାଯାଇଛି । ଏଠାରେ ରହିବା ,ଖାଦ୍ୟ  ଖାଇବା , ପର୍ବତାରୋହଣ  ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ  ପ୍ରତି ଦମ୍ପତିଙ୍କ୭ ହଜାର ଟଙ୍କା ଏବଂ ଅତି ବିଳାସପୂର୍ଣ୍ଣ ତମ୍ବୁ ନିମନ୍ତେ ୯ହଜାର ଟଙ୍କା  ରଖାଯାଇଥିବା ଜଣାପଡିଛି ।ସୁରକ୍ଷା ଦୃଷ୍ଟିରୁ ପୋଲିସ  ଓ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ମୃତୟନ କରାଯିବ ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି ।ସ୍ଥାନୀୟ ବାସିନ୍ଦାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସେ ସୂଚନା ଦେଇଛନ୍ତି ।ଏଠାରେ ହୋଇଥିବା ସମସ୍ତ କାର୍ଯ୍ୟ  ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗରେ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ପୁଟସିଲ ଇକୋ ରିଟ୍ରେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉଦଘାଟନ କରିବା ପରେ ସ୍ଥାନୀୟ ବିଧାୟକ ପୀତମ ପାଢୀ ଖୁସି ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ।ଏହାଦ୍ୱାରା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ପ୍ରସାର ହୋଇପାରିବ ଓ ସ୍ଥାନୀୟ ବାସିନ୍ଦାମାନେ କର୍ମସଂସ୍ଥାନ ପାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ଦେଓମାଳି ପର୍ଯ୍ୟଟନ କ୍ଷେତ୍ରରେ ବର୍ଷସାରା ପର୍ଯ୍ୟଟନ ଆସିଥାନ୍ତି ।ତେଣୁ ଦେଓମାଳିରେ ସ୍ଥାୟୀ କଟେଜ ନିର୍ମାଣ ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ  ନିବେଦନ କରିଛନ୍ତି ।ଉଦଘାଟନ ପରେ ଅତିଥିମାନେ ବିଳାସପୂର୍ଣ୍ଣ ତମ୍ବୁ ପରିଦର୍ଶନ କରିଥିଲେ ।ପରେ ସ୍ଥାନୀୟ କଳାକାରମାନଙ୍କ ପାରମ୍ପରିକ ନୃତ୍ୟର ତାଳେ ତାଳେ କୋରାପୁଟ ଓ ପଟ୍ଟାଙ୍ଗୀ ବିଧାୟକ ନାଚୁଥିବା ଦେଖାଯାଇଥିଲା ।ଇକୋ ରିଟ୍ରେଟର ବିଭିନ୍ନ କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ ବୋଲି ଆଶା କରାଯାଉଛି ।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସେମିଲିଗୁଡା ବିଡିଓ ସବ୍ୟସାଚୀ ବେହେରା , ଉପାଧ୍ୟକ୍ଷ ଅନନ୍ତରାମ ମାଟାମ , ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ପାଢୀ ଓ ଏପିଓ ସୈାମେନ୍ଦ୍ର ନାୟକ ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , ସତ୍ୟନାରାୟଣ ପ୍ରଧାନ , ସେମିଲିଗୁଡା ଥାନାର ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ , ଏପିଡି ହିମାଂଶୁ ଶତପଥି ,ଓସ୍ୱାନର ଡିଜିଏମ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.