Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ବୁଲିଲା କରୋନା ସଚେତନତା ରଥ

ମାଲକାନଗିରି ଜିଲ୍ଲାରେ ବୁଲିଲା କରୋନା ସଚେତନତା ରଥ

18

ମାଲକାନଗିରି,୪ା୫ ( ଓଡିଆ ପୁଅ) ମାଲକାନଗିରି ଜିଲ୍ଳାପ୍ରଶାସନ ଓ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ସୁବଷ ବୋଷ ଛକ ଠାରେ କରୋନା ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରି ବ୍ୟାପିବାକୁ ଲାଗିଥିବାରୁ ଜିଲ୍ଲାବାସୀ କରୋନା ମହାମାରି ଠାରୁ କିପରି ସୁରକ୍ଷିତ ହେବେ ସେନେଇ ଆଜି ଏକ କରୋନା ସଚେତନତା ରଥକୁ ଅତିରିକ୍ତ ଜିଲ୍ଲପାଳ ବୀରସେନ ପ୍ରଧାନ ସବୁଜ ପତାକ ଦେଖାଇ ଉଦଘାଟନକରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ପିଡି ଡିଆରଡିଏ ବାଳମୁକନ୍ଦ ଭୁୟାଁ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ତହସିଲଦାର ଗୁଣନିଧି ନାୟକ,ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ,ଉତ୍କଳ ସାମ୍ବାଦିକ ସଂଘ ସଭାପତି ଦୁର୍ଯ୍ୟଧନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକ ପରିକ୍ରମା କରି କୋଭିଡ ନିୟମ ପାଳନ କରି ମାସ୍କପରିଧାନ କରିବା ସାମାଜିକ ଦୂରତା ଅବଲମ୍ବନକରିବା, କରୋନା କଟକଣା ମାନିବା ଓ କରୋନା ମାହାମାରିରୁ କିପରି ସୁରକ୍ଷିତ ରହିବେ ସେନେଇ ଗାଁ କୁ ଗାଁ ପରିକ୍ରମା କରି ଜନସଚେତନତାର ବାର୍ତାଦେବା ଆରମ୍ଭ କରିଦେଇଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.