Home ଜିଲ୍ଲା ପରିକ୍ରମା କୋଭିଡ ନିୟମ ଉଲଘଂନ ଅଭିଯୋଗରେ ମଦଦୋକାନ ଓ ବାର କୁ ସିଲ କଲେ ପୁଲିସ ।

କୋଭିଡ ନିୟମ ଉଲଘଂନ ଅଭିଯୋଗରେ ମଦଦୋକାନ ଓ ବାର କୁ ସିଲ କଲେ ପୁଲିସ ।

40

ମାଲକାନଗିରି,୪ା୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ସାମ୍ବାୟାଗୁଡା ଠାରେ ଥିବା ବ୍ଲୁହେବେନ ମଦ ବାର ରେ ଆଜି ପ୍ରବଳ ଭିଡଲାଗିଯାଇଥିଲା । ସେଠାରେ ମଦ ଦୋକାନି ଓ ମଦ କ୍ରେତାମାନେ ଖୋଲମ ଖୋଲା ଭାବେ କୋଭିଡ ନିୟମକୁ ଉଲଙ୍ଘନ କରିଥିବାର କେହି ସମାଜିକ ଗଣ ମାଧ୍ୟମରେ ଭିଡିଓ ଭାଇରାଲ କରିଦେଇଥିଲେ । ଏହି ଭିଡିଓ ଭାଇରାଲ ହେବାର ମାତ୍ର୧୫ ମିନିଟ ମଧ୍ୟରେ ଜିଲ୍ଲାପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛନ୍ତି । ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଓ ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଅଶୁଂମାନ ଦ୍ୱିବେଦୀ,ମାଲକାନଗିରି ଆଦର୍ଶଥାନା ଆଇଆଇସି ରାମପ୍ରସାଦ ନାଗ,ତହସିଲଦାର ଡ.ଗୁଣନିଧିନାୟକ ଉକ୍ତ ମଦ ଦୋକାନ ଓ ବାର ଉପରେ ଚଢଉ କରିଥିଲେ । ପ୍ରଶାସନିକ ଅଧିକାରୀ ମାନଙ୍କୁ ଦେଖି ମଦକ୍ରୟ କରିବାକୁ ଯାଇଥିବା ଗ୍ରାହକ ମାନେ ଦୌଡି ପଳାଇଥିଲେ । କୋଭିଡ ନିୟମ ଉଲଘଂନ କରିବା ଅଭିଯୋଗରେ ଉକ୍ତମଦ ଦୋକାନ ଓ ବାର କୁ ପ୍ରଶାସନିକ ଅଧିକାରୀ ମାନେ ଚାବିପକାଇ ନାଲି କପଡା ଗୁଡାଇ ଜଉ ମୁଦଦେଇ ସିଲ କରିଦେଇଛନ୍ତି । ମଦ ଦୋକାନରେ ପ୍ରବଳ ଭିଡ ହେବାର ଭଡିଓ ଫଟୋ ଭାଇରାଲ ହେବାର ମାତ୍ର ୧୫ମିନିଟ ସମୟ ମଧ୍ୟରେ ପୁଲିସ ଘଟଣାସ୍ଥଳରେ ପହଁଚି ତୁରନ୍ତ ପଦକ୍ଷେପ ନେଇ ଉକ୍ତ ମଦ ଦୋକାନକୁ ସିଲ କରିଦେବା ଘଟଣାକୁ ସହରବାସୀ ସ୍ୱାଗତ କରିଛନ୍ତି ।
ସୁଚନା ଯୋଗ୍ୟ ଯେ ମହାମାରି କରୋନା ପାଇଁ ୫ତାରିଖ ଠାରୁ୧୯ତାରିଖ ପର୍ଯ୍ୟନ୍ତ ୧୪ଦିନ ଧରି ଲକଡାଉନ ହୋଇଯାଉଥିବାରୁ ମାଲକାନଗିରି ଜୟପୁର ଜାତୀୟ ରାଜପଥ ସାମ୍ବାୟାଗୁଡା ଠାରେ ଥିବା ମଦଦୋକାନ ଓ ବାର ଆଗରେ ଆଜି ପ୍ରବଳ ଭିଡଲାଗିଯାଇଥିଲା । ସେଠାରେ ମଦ ଦୋକାନି ଓ ମଦ କ୍ରେତାମାନେ ଖୋଲମ ଖୋଲା ଭାବେ କୋଭିଡ ନିୟମକୁ ଉଲଙ୍ଘନ କରିଥିଲେ । ଦୀର୍ଘ ସମୟ ଧରି ସେଠାରେ ମଦ ନେବା ପାଇଁ ଲୋକମାନଙ୍କ ମଧ୍ୟରେ ଠାଲାପେଲା ଲାଗିଯାଇଥିଲା । ଦୀର୍ଘ୧୪ଦିନ ଧରି ଲକଡାଉନ ହୋଇ ଯାଉଥିବାରୁ କିଛି ଗ୍ରାହକ ମାନେ ମଦ କିଣିବା ପାଇଁ ଭିଡଲଗାଇ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.