Home ଓଡ଼ିଶା କୋଶ୍ୟାରୀଙ୍କ ସ୍ଥାନରେ କଲରାଜ ହୋଇ ପାରନ୍ତି ମହାରାଷ୍ଟ୍ରର ରାଜ୍ୟପାଳ

କୋଶ୍ୟାରୀଙ୍କ ସ୍ଥାନରେ କଲରାଜ ହୋଇ ପାରନ୍ତି ମହାରାଷ୍ଟ୍ରର ରାଜ୍ୟପାଳ

496

ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମରେ କେନ୍ଦ୍ରସରକାରଙ୍କର ଛବି ପହଁଞ୍ଚିଥିବା କ୍ଷତିର ଭରଁଣା ପାଇଁ କେନ୍ଦ୍ର ସରକାର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ପରିବର୍ତ୍ତନ କରାଯାଇପାରେ। ଗଣମାଧ୍ୟମ ସୂତ୍ର ମୁତାବକ, ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର କୋଶ୍ୟାରୀଙ୍କର ସ୍ଥାନ ନେଇପାରନ୍ତି।

କଲରାଜ ମିଶ୍ର ହିମାଞ୍ଚଳ ପ୍ରଦେଶରୁ ସ୍ଥାନାନତରିତ ହୋଇ ୯ ସେପ୍ଟେମ୍ବର ରାଜସ୍ଥାନ ରାଜ୍ୟପାଳ ହୋଇଥିଲେ। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟ ରହିସାରିଥିବା କୋଶ୍ୟାରୀଙ୍କ ଉପରେ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି। ପାର୍ଟି ପ୍ରବକ୍ତା ମନୀଷ ତିୱାରୀ କହିଛନ୍ତି, ରାଜ୍ୟପାଳ ସଂବିଧାନ, ନିୟମ, ଆଇନ୍ ଏବଂ ପରମ୍ପରାକୁ ଖାତିର ଦେଖିନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.