Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଜନତା କର୍ଫ୍ୟୁ , ଯାନବାହନ ଚଳାଚଳ ଦୋକାନ ବଜାର ବନ୍ଦ ରାସ୍ତାଘାଟ...

ମାଲକାନଗିରି ଜିଲ୍ଲାରେ ଜନତା କର୍ଫ୍ୟୁ , ଯାନବାହନ ଚଳାଚଳ ଦୋକାନ ବଜାର ବନ୍ଦ ରାସ୍ତାଘାଟ ଜନଶୂନ୍ୟ

350

ମାଲକାନଗିରି,୨୨ା୩ (ଓଡିଆ ପୁଅ ) ସମଗ୍ରବିଶ୍ୱରେ କରୋନା ଭୂତାଣୁର ଆତଙ୍କ ଦେଖା ଦେଇଥିବା ବେଳେ ଏହାର ସଂକ୍ରମଣରୁ ଦୂରରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଆହ୍ୱାନ କ୍ରମେ ଜନତା କର୍ଫ୍ୟୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସଫଳତାର ସହିତ ହୋଇଯାଇଛି । ଆଜି ସକାଳ ୭ଟା ଠାରୁ ଏହା ଆରମ୍ଭ ହୋଇ ସମସ୍ତ ଦୋକାନ ବଜାର,ବନ୍ଦ ହୋଇ ଯାନବାହନ ଚଳାଚଳ ଠପ ହୋଇଯାଇଛି । ଏହି କର୍ଫ୍ୟୁ ଦ୍ୱାରା ଘରୋଇ ବସ ଓ ରାଜ୍ୟପରିବହନ ନିଗମ ବିଭାଗ ର ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରି ଓ ଘରୋଇ ବସ ଓ ଅନ୍ୟାନ ଯାନବାହନ ଏମିତିକି ଦୁଇଚକିଆ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ମାଲକାନଗିରି ଜାତୀୟ ରାଜପଥ ଜନଶୂନ୍ୟ ହୋଇପଡିଥିଲା । ସହର ଓ ବସଷ୍ଟାଣ୍ଡ ମଧ୍ୟ ଜନଶୂନ୍ୟ ହୋଇ ଖାଁ ଖାଁ ହୋଇପଡିଥିଲା,ଏମିତି କି ପାନଦୋକାନ କି ଚା ଦୋକନଟିଏ ମଧ୍ୟ ଖୋଲା ନଥିବାର ଦେଖିବାକୁ ମିଳିଥିଲା । କର୍ଫ୍ୟୁ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସହକାରୀ ଏସପି ଉଦ୍ଦବଚରଣ ନାୟକ, ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ଅନ୍ୟାନ ପୁଲିସ ଅଧିକାରୀ ପୁଲିସଫୋର୍ସ ଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଠିକ ସନ୍ଧ୍ୟା୫ଟାରେ ମାଲକାନଗିରି ସହରର ବିଭିନ୍ନ ସାହିବସ୍ତି ବାସିନ୍ଦା ଓ ଛୋଟଛୋଟ ପିଲାମାନେ କର୍ଫ୍ୟୁ ସଫଳହେଲା କରୋନା ଭାଇରସ ଡରିପଳାଇବ କହି ଥାଳି,ଘଟିଂ,ଘଟଂ,ତାଳି ବଜାଇ ନାଚୁଥିବାର ଦେଖିବାକୁମିଳିଥିଲା । ମାଲକାନଗିରି ସହର ସହିତ କାଲିମେଳା,ପଡିଆ,କୋରକୁଣ୍ଡା,ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ସାତଟି ଯାକବ୍ଲକ ୧୧୧ଟି ପଚାଂୟତରେ ଏହି ଜନତାକର୍ଫ୍ୟୁକୁ ଜନସାଧରଣ ସମର୍ଥନ ଜଣାଇ ଘରୁବାହରକୁ ବାହାରି ନଥିବାର ଜଣାପଡିଛି ।

 

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.