Home ଅପରାଧ ହୋଟେଲ ଉପରେ ମାମଲା

ହୋଟେଲ ଉପରେ ମାମଲା

191

ଯାଜପୁର୨୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣକୁ ଜିଲ୍ଲାରେ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟର ସବୁ ରେସ୍ତୋରାଁ, ବାର, କ୍ୟାଂଟିନ ଓ ଟିଫିନ ସେଂଟର ବନ୍ଦ ରଖିବାକୁ ଓ କୌଣସି ସରକାରୀ ସମାରେହ, ଜୟନ୍ତୀ ପାଳନ ଓ ମାଲ୍ୟାର୍ପଣ ଆଦି ଆୟୋଜନ ନକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ପାଣିକୋଇଲି ପୁଲିସ ପକ୍ଷରୁ ବଜାର ସମସ୍ତ ଦୋକାନକୁ ଯାଇ ଏସର୍ମ୍ପକରେ ସଚେତନ କରାଯିବା ସହ ଶନିବାର ସକାଳ ଠାରୁ ଅତ୍ୟାବଶ୍ୟକୀୟ ସମାଗ୍ରୀ ଯଥା ଓøଷଧ, ପନିପରିବା ଓ ତେଜରାତି ଦୋକାନକୁ ଛାଡି ସମସ୍ତ ଦୋକାନ ବନ୍ଦ ରହିବ ବୋଲି ସଚେତନ କରାଯାଇଥିଲା । ସମସ୍ତ ଦୋକାନ ବନ୍ଦ ରହିଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଗଜାନନ ହେଟେଲ ଖୋଲାଥିବା ଓ ୫୦ରୁ ଉର୍ଦ୍ଧ ଗ୍ରାହକ ରୁଣ୍ଡ ହୋଇଥିବା ଦେଖି ପୁଲିସ ପକ୍ଷରୁ ହୋଟେଲ ବନ୍ଦ କରାଯିବା ସହ ତାର ମ୍ୟାନେଜରକୁ ଥାନାକୁ ଉଠାଇ ଆଣିଥିଲା । ପରେ ଏକ ମାମଲା ୭୧/୨୦ ରୁଜ୍ଜୁ କରାଯାଇ ନୋଟିସ ମାଧ୍ୟରେ ଛଡାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.