Home ଜିଲ୍ଲା ପରିକ୍ରମା ମାରୱାଡ଼ି ମହିଳା ସମ୍ମେଳନର ଦିନିକିଆ ଟିଜମେଳା

ମାରୱାଡ଼ି ମହିଳା ସମ୍ମେଳନର ଦିନିକିଆ ଟିଜମେଳା

16

ବାଲେଶ୍ୱର, ୧୭ା୩(ଓଡ଼ିଆ ପୁଅ/ଅଭୟ ଦାସ): ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ବାଲେଶ୍ୱର ଶାଖା ପକ୍ଷରୁ ହୋଲି ଉପଲକ୍ଷେ ନାରୀଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ସମ୍ଭାର ନେଇ ଦିନିକିଆ ଟିଜ୍ ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଫାଣ୍ଟାସି ହୋଟେଲ ପରିସରରେ ଆୟୋଜିତ ଏହି ମେଳାକୁ ଅଖିଳ ଭାରତୀୟ ଉତ୍କଳ ମହିଳା ସମ୍ମେଳନର ଉତ୍ତରାଞ୍ଚଳ ପ୍ରମୁଖ ଅଞ୍ଜୁ ସରାୱଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆସନ୍ତା ହୋଲି ପର୍ବରେ ସିଙ୍ଗାର ଉତ୍ସବ ପାଇଁ ମହିଳାମାନଙ୍କ ବ୍ୟବହାର ନିମନ୍ତେ ଆବଶ୍ୟକ ସାମଗ୍ରୀ ସମ୍ଭାର ଉପଲବ୍ଧ ହେବା ବେଶ ପ୍ରଶଂସନୀୟ ଉଦ୍ୟମ ବୋଲି ସେ କହିଥିଲେ। ବିଶେଷ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିକ୍ରୟ ନିମନ୍ତେ ଏହି ମେଳା ସହାୟକ ହୋଇପାରିଛି ବୋଲି ଶ୍ରୀମତୀ ସରାୱଗୀ ମତ ପ୍ରକାଶ କରିଥିଲେ। ସମ୍ମେଳନର ବାଲେଶ୍ୱର ଶାଖା ସଭାପତି ନିଶା ମୋଦି ଏହି ମେଳା ଉଦଘାଟନୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଭିନ୍ନ ସମୟରେ ଏହା ଆୟୋଜନ କରାଯାଇଥାଏ ବୋଲି କହିଥିଲେ। ଚଳିତବର୍ଷ କରୋନା ଯୋଗୁଁ ଦୀପାବଳି ଓ ଶ୍ରାବଣ ମେଳା ବନ୍ଦ ରହିଥିବା ବେଳେ ହୋଲି ପାଇଁ ଏହି ଟିଜ ମେଳା ଆୟୋଜିତ ହୋଇଥିବା ସେ ପ୍ରକାଶ କରିଥିଲେ। ସଂଗଠନର ସମ୍ପାଦିକା ପ୍ରୀତି ଖଣ୍ଡେଲୱାଲ ଏଥିରେ ଉପସ୍ଥିତ ରହି ମେଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କେବଳ ମହିଳା ନୁହନ୍ତି ବରଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରିକୁ ଏହି ମେଳାରେ ଗୁରୁତ୍ୱ ଦିଆଯାଇଥାଏ ବୋଲି ସେ କହିଥିଲେ। ଏହି ମେଳାରେ ବିଭିନ୍ନ ପ୍ରକାର ପୋଷାକ ଓ ଶାଢ଼ୀ, ଅଳଙ୍କାର, ଜୋତା, ଠାକୁର ଉପକରଣ ଓ ପୋଷାକ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସହ ୨୧ ଗୋଟି ଷ୍ଟଲ ସ୍ଥାନୀତ ହୋଇଛି। ସମ୍ମେଳନର କୋଷାଧ୍ୟକ୍ଷା ସୋନାଲି ମୋଦିଙ୍କ ସମେତ ରଚନା ମୋର, ଅଳକା ଅଗୱାଲ, ପ୍ରିୟା ଅଗ୍ରୱାଲ, ମଞ୍ଜୁ ଭର୍ତ୍ତିଆ, ସୁଧା ଅଗ୍ରୱାଲ ପ୍ରମୁଖ ସଦସ୍ୟାମାନେ ଏହି ମେଳା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଦିନକ ପାଇଁ ଏହି ମେଳା ଆୟୋଜନ ହୋଇଛି ବୋଲି ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.