Home ଓଡ଼ିଶା ମାଥିଲି ଗୁଳିକାଣ୍ଡ ଦିବସ ରେ ଶହୀଦ ସ୍ତମ୍ବରେ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇଲେ ନେତା ଓ ଜନତା

ମାଥିଲି ଗୁଳିକାଣ୍ଡ ଦିବସ ରେ ଶହୀଦ ସ୍ତମ୍ବରେ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇଲେ ନେତା ଓ ଜନତା

89

ମାଲକାନଗିରି,୨୧ା୮ (ଓଡିଆ ପୁଅ ) ମାଥିଲି ଗୁଳିକାଣ୍ଡଦିବସ ଅବସରରେ ମାଥିଲି ଥାନା ପରିସରରେ ପ୍ରତିଷ୍ଟା କରାଯାଇଥିବା ସହିଦ ସ୍ତମ୍ବ ନିକଟରେ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇଛନ୍ତି ମାଲକାନଗିରି ଜିଲ୍ଲାର ନେତା,ଜନତା ଓ ପୁଲିସ । ମାଥିଲି ଗୁଳିକାଣ୍ଡରେ ସହିଦ ହୋଇଥିବା ସ୍ୱାଧିନତା ସଂଗ୍ରମୀମାନଙ୍କ ଉଦେଶ୍ୟରେ ମାଥିଲି ଥାନା ପରିସରରେ ସ୍ଥାପନ କରାଯାଇଥିବା ସହିଦ ସ୍ତମ୍ବନିକଟରେ ଆଜି ସକାଳେ କୋଭିଡ ନିୟମ ପାଳନ କରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ଘନଶ୍ୟାମ ମାଡକାମି,ମାଥିଲି ବ୍ଲକ ପୁବ ର୍ତନ ଚେୟାର ମ୍ୟାନ ସ୍ମୃତି ରଂଜନ,ସରପଚଂ ଗୌରୀ ବାଟେ,ଜିଲ୍ଲାପରିଷଦ ସଭ୍ୟ ବାଲାରାଜୁ କପେ,କୁଶ ତାତି,ସୋନୁ ଅନୁଗୁ,ଜରା ସବର ମାଢି,ବିଷ୍ଣୁପ୍ରୀୟା ରାଜଗୁରୁ,ମଙ୍ଗଳା ଦୁରଆ,ନରସିହାଂ ଭୁମିୟା,ହାସେନ ଖାନ,ଏମଡି ଆକବର,କୁନାଳ ମିଶ୍ର,ମଙ୍ଗଳା ଦୁରୁଆ,ଆଦିବାସୀ ନେତା ହଳଧର ପୂଜାରୀ, ଘେନୁମୁଦୁଲି, ସମ୍ବୁଅନୁଗୁଳିଆ, ମାଥିଲି ଥାନା ଅଧିକାରୀ ପୁଲିସ କର୍ମଚାରୀ ପ୍ରମୁଖ ୁପସ୍ଥିତି ରହି ସହିଦସ୍ତମ୍ବରେ ମାଲ୍ୟାର୍ପଣ ସହିତ ସହିଦଙ୍କ ସ୍ମୃତିଉଦେଶ୍ୟରେ ଶ୍ରଦ୍ଦାଜଂଳୀ ଜଣାଇଛନ୍ତି । ପୁଲିସ ବିଭାଗ ପକ୍ଷରୁ ସହିଦଙ୍କୁ ସଲାମୀ ଦିଆ ଯାଇଥିଲା । ଏହା ବ୍ୟତିତି ମାଥିଲି ବଜାର ନିକଟରେ ଥିବା ସହିଦ ଲକ୍ଷମଣ ନାୟକଙ୍କ ପ୍ରତିମୂର୍ତି ଓ ସହିଦସ୍ତମ୍ବରେ ମଧ୍ୟ ମାଲ୍ୟାର୍ପଣ କରି ଶ୍ରଦ୍ଧାଜଂଳୀ ଜଣାଇଥିଲେ ।ମାଲକାନଗିରି ଜିଲ୍ଲା ହେଉଛି ଶହୀଦ ମାଟି, ଏହି ମାଟିର ଶନ୍ତାନ ମାନେ ଇଂରେଜ ସରକାରଙ୍କୁ ହଟାଇ ଦେଶକୁ ସ୍ୱାଧୀନତ କରିବାପାଇଁ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ କେତେ ଯେ ଶହୀଦ ହୋଇଛନ୍ତି । ସେହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ଆଜି ଆମେ ମୁଣ୍ଡଉପରକୁ ଉଠାଇ ସ୍ୱାଧୀନ ଭାରତର ନାଗରିକ ଭାବେ ପରିଚୟ ଦେଉଥିବା ବାବେଳେ ଯିଏ ଆମକୁ ସ୍ୱାଧୀନତା ଦେଲେ ତାଙ୍କୁ ଆମେ ଭୁଲି ଯାଉଛନ୍ତି । ଗତ୧୯୪୨ମସିହା ଅଗଷ୍ଟମାସ ୨୧ତାରିଖରେ ବ୍ରିଟିଶ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ମାଲକାନଗିରି ର ଶହ ଶହ ସଂଗ୍ରାମୀ ମାନେ ମାଥିଲି ଥାନା ଘେରାଓ କରିଥିଲେ ।ଥାନା ଉପରେ ଲାଗିଥିବା ଇଂରେଜ ସରକାରଙ୍କ ପତାକା କୁ କାଢିଦେଇ ଭାରତର ତ୍ରୀରଙ୍ଗା ପତାକା ଉଡାଇ ଜୟ ହୀନ୍ଦ ,ଭାରତ ମାତାକି ଜୟ ବୋଲି ସ୍ଲୋଗାନ ଦେଇଥିଲେ । ଏହି ଘଟଣାରେ ଗୋରାସାହେବ ପୁଲିସ ମାନେ ସଂଗ୍ରାମୀ ଙ୍କ ଉପରକୁ ଆଖିବୁଜା ଗୁଳିଚଳାଇ ଥିଲେ । ସେମାନଙ୍କ ଗୁଳି ମାଡରେ ମାଲକାନଗିରିର ବିଭିନ୍ନ ଅଚଂଳରୁ ୧୧ଜଣ ସଂଗ୍ରାମୀ ଶହୀଦ ହୋଇଗଲେ । ଇଂରେଜ ମାନଙ୍କ ଅତ୍ୟାଚାରର ପ୍ରତିଶୋଧ ନେବା ଓ ଏହି ସ୍ୱାଧୀନତା ସଂଗ୍ରୀମକୁ ବଚାଂଇରଖିବା ପାଇଁ ମାଥିଲି ଥାନାସ୍ଥ ତେନ୍ତୁଲି ଗୁମ୍ମା ଗ୍ରାମର ଆଦିବାସୀ ବୀର ଲକ୍ଷ୍‌ମଣ ନାୟକ ଇଂରେଜ ଙ୍କ ଗୁଳିମାଡରୁ ରକ୍ଷାପାଇ କୌଶଳ କ୍ରମେ ଲୁଚିଯାଇଥିଲେ । ସେ ଇଂରେଜଙ୍କ ବିରୋଧରେ ବିଭିନ୍ନ ଗ୍ରାମର ଲୋକଙ୍କୁ ଏକତ୍ରୀତ କରି ସ୍ୱାଧୀତାସଂଗ୍ରାମ ଜାରିରଖିଥିଲେ । ତାଙ୍କୁ ଇଂରେଜ ମାନେ ପ୍ରତାରାଣାକରି କୌଶଳରେ ଧରିନେଇ ଜେଲ ପଠାଇଦେଇଥିଲେ .ତାଙ୍କ ବିରୋଧରେ ନରହତ୍ୟା,ଥାନା ଆକ୍ରମଣ ଅନେକ ମକୋଦମା ଲଗାଇ ଫାସି ଦଣ୍ଡରେ ଦଣ୍ଡିତ କରିଥିଲେ,ମାଥିଲି ଗୁଳିକାଣ୍ଡକୁ ମନେରଖିବା ପାଇଁ ଜିଲ୍ଲାବାସୀ ପ୍ରତିବର୍ଷ ଅଗଷ୍ଟ ମାସ ୨୧ତାରିଖ ଦିନ ମାଥିଲି ଠାରେ ଗୁଳିକାଣ୍ଡ ଦିବସ ପାଳିତ ହୋଇଆସୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.