Home ଜିଲ୍ଲା ପରିକ୍ରମା ନିର୍ବାଚନ ଯେତେ ପାଖେଇ ଆସୁଛି, ଭଦ୍ରକ ଜିଲା ବିଜେପିରେ ଗୋଷ୍ଠୀ କନ୍ଦଳ ସେତେ ତୀବ୍ର ହେଉଛି,...

ନିର୍ବାଚନ ଯେତେ ପାଖେଇ ଆସୁଛି, ଭଦ୍ରକ ଜିଲା ବିଜେପିରେ ଗୋଷ୍ଠୀ କନ୍ଦଳ ସେତେ ତୀବ୍ର ହେଉଛି, ମହିଳା ମୋର୍ଚ୍ଚା ବିବାଦ ପରେ ଜିଲା ଯୁବ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ସହ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଥାନାରେ ମାମଲା

89

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ଯେତେ ପାଖେଇ ଆସୁଛି, ଭଦ୍ରକ ଜିଲା ବିଜେପିର ମହିଳା ଓ ଯୁବମୋର୍ଚ୍ଚାରେ ଆଭ୍ୟନ୍ତରୀଣ ବିବାଦ ସେତେ ଘନୀଭୂତ ହେବାରେ ଲାଗିଛି । ଯାହାର ସଦ୍ୟ ଉଦାହରଣ ଜିଲା ମହିଳା ମୋର୍ଚ୍ଚାର ବିବାଦ ଜନିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଂପାଦିକାଙ୍କ ବହିଷ୍କାର ଘୋଷଣା ପରେ ପରେ ଆଜି ବିଜେପି ଯୁବମୋର୍ଚ୍ଚାର ସଭାପତି ବିକାଶ ଶ୍ରେଷ୍ଠାଙ୍କୁ କେତେକ ଯୁବକ ସଂଘବଦ୍ଧ ଆକ୍ରମଣ କରି ପେଟ୍ରୋଲ ଢାଳି ପୋଡିଦେବାର ଉଦ୍ୟମ କରିବା ଘଟଣା ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି । ଶ୍ରୀ ଶ୍ରେଷ୍ଠାଙ୍କୁ କିଛି ଦୃବୁର୍ତ୍ତ ଆକ୍ରମଣ କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ସଂପର୍କରେ ଶ୍ରୀ ଶ୍ରେଷ୍ଠା ସହରାଞ୍ଚଳ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଆଜି ସେ ତାଙ୍କର ବ୍ୟକ୍ତିଗତ କାମରେ ଭଦ୍ରକ କୋର୍ଟକୁ ଦିନ ପ୍ରାୟ ୧ଟା ସମୟରେ ଯାଉଥିବା ସମୟରେ କୋର୍ଟ ଗେଟ୍ ପାଖରେ ୧୫/୨୦ ଜଣ ଯୁବକ ୧୦/୧୨ ଟି ବାଇକ୍‌ରେ ଆସି ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ମିଲନ ସାହୁ, ସରୋଜ ରାଉତ, ଦେବବ୍ରତ ଦାସ ଛୁରୀ ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବଳପୂର୍ବକ ଗାଡିରେ ବସାଇ ଭଦ୍ରକ ଜିଲା ବିଜେପି କାର୍ଯ୍ୟାଳୟକୁ ଆଣି ପିଣ୍ଡାରେ ବସାଇ ବିଧା, ଗୋଇଠା, ଚାପୁଡା ମାରିଥିଲେ ।

ସେଠାରେ ଦେବାଂଶୁ ରାଉତ ଓରଫ ସିପା, ଅଜୁ, ମୁକେଶଙ୍କ ଭଳି ୧୦/୧୫ ଜଣ (ଶଳା ବହୁତ ବିଜେପି ପ୍ରେମ ଦେଖାଇ ଯୁବ ସଭାପତି ହୋଇଛୁ) କହି ମାରଧର କରିଥିବାବେଳେ ମିଲନ ସାହୁ ତାଙ୍କ ଉପରେ ପେଟ୍ରୋଲ ପକାଇ ଦିଆସିଲ୍ ମାରିବା ସମୟରେ ଭାଗ୍ୟବଶତଃ ତାହା ଜଳିନଥିଲା । ସେମାନେ ମାରଧର କରୁଥିବାବେଳେ ସେ ଛଟପଟ ହୋଇ ପାଣି ମାଗିବାରୁ ସେମାନେ ପରିସ୍ରା ପିଇିବାକୁ କହିଥିଲେ । ଏହି ସମୟରେ ଶଶାଙ୍କ ଶେଖର ଦାଶ ସେଠାରେ ପହଞ୍ôଚ ପାଣି ଦେବାକୁ ଯିବା ସମୟରେ ତାହା ହାତରୁ ପାଣି ଫୋପାଡି ତାକୁ ମଧ୍ୟ ଆକ୍ରମଣ କରିଥିଲେ । ଏବଂ ପୁଣିଥରେ ପେଟ୍ରୋଲ ପକାଇ ହତ୍ୟା ଉଦ୍ୟମ କରିବା ସମୟରେ ବୃଷଭାନୁ ସାହୁ, ସ୍ୱରୂପାନନ୍ଦ ମହାପାତ୍ର ପ୍ରମୁଖ ପହଞ୍ôଚ ମୋତେ ଉଦ୍ଧାର କରିଥିଲେ । ଏବଂ ଗଲାବେଳେ ଖରାପ ଭାଷାରେ ଗାଳିଗୁଲଜ କରି ଶଳା ବିଜେପି ଯୁବ ସଭାପତି ପଦ ଛାଡି ନେପାଳ ପଳା, ନହେଲେ ତୋତେ ଭଦ୍ରକରେ ଦେଖିଲେ ହାଣି ଟିକ୍ ଟିକ୍ କରିଦେବୁ ବୋଲି ଚେତାବନୀ ଦେଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ଶ୍ରେଷ୍ଠାଙ୍କୁ ବୃଷଭାନୁ ସାହୁ ଓ ସ୍ୱରୂପାନନ୍ଦ ମହାପାତ୍ର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ଏହି ଅଭିଯୋଗ ପ୍ରତ୍ରରେ ଶ୍ରୀ ଶ୍ରେଷ୍ଠା ତାଙ୍କୁ ଆକ୍ରମଣ କରିଥିବା ଯୁବକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପୁଲିସ୍ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.