Home ଓଡ଼ିଶା ମାଓବାଦୀଙ୍କ ହୁଇପ ଜାରି : ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ଫୋନ ମନା – ବିନା ଅନୁମତିରେ...

ମାଓବାଦୀଙ୍କ ହୁଇପ ଜାରି : ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ଫୋନ ମନା – ବିନା ଅନୁମତିରେ ଯଦି କେହି ଫୋନ ବ୍ୟବହାରକରେ ତେବେ ମୃତ୍ୟୁ ଦଣ୍ଡ

395

ମାଲକାନଗିରି,୧୨-୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ଫୋନ ବ୍ୟବହାରକୁ ବାରଣ କରି ହୁଇପ ଜାରି କରିଛନ୍ତି ମାଓବାଦୀମାନେ।

ବିନା ଅନୁମତିରେ ଫୋନ କଲେ ମିଳିବ ମୃତ୍ୟୁ ଦଣ୍ଡ। କିଛି ଏଭଳି ଲେଖା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଅନେକ ଗ୍ରାମରେ। ଯେଉଁଠି ନେଟୱାର୍କ ଅଛି ସେହି ଅଞ୍ଚଳର ଲୋକେ ମାଓବାଦୀଙ୍କ ବିନା ଅନୁମତିରେ ଫୋନ କରିବେ ନାହିଁ ବୋଲି ମାଓବାଦୀମାନେ ଏକ ନାମ ଫଳକରେ ଉଲ୍ଲେଖ କରିଛନ୍ତି। ବିନା ଅନୁମତିରେ ଯଦି କେହି ଫୋନ କରେ ତେବେ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି। ଏହାପରେ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.