Home ଓଡ଼ିଶା ହାଇଦ୍ରାବାଦ ଏନକାଉଣ୍ଟର : ସୁପ୍ରୀମ କୋର୍ଟ ଦେଲେ ନ୍ୟାୟିକ ଜାଞ୍ଚର ଆଦେଶ : ୬ ମାସରେ...

ହାଇଦ୍ରାବାଦ ଏନକାଉଣ୍ଟର : ସୁପ୍ରୀମ କୋର୍ଟ ଦେଲେ ନ୍ୟାୟିକ ଜାଞ୍ଚର ଆଦେଶ : ୬ ମାସରେ ମାଗିଲେ ରିପୋର୍ଟ

966

ନୂଆଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) : ହାଇଦ୍ରାବାଦରେ ମହିଳା ଡକ୍ଟରଙ୍କୁ ଗ୍ୟାଙ୍ଗରେପ ଏବଂ ତାଙ୍କର ହତ୍ୟା କରିଥିବା ଅଭିଯୁକ୍ତମାନଙ୍କ ଏନକାଉଣ୍ଟରର ନ୍ୟାୟିକ ଜାଞ୍ଚ ହେବ। ସୁପ୍ରୀମ କୋର୍ଟରେ ଆଜି ଏହି ମାମଲାରେ ଶୁଣାଣି ହୋଇଥିଲା। ସୁପ୍ରୀମ କୋର୍ଟ ଏହି ମାମଲାରେ ଜାଞ୍ଚ ପାଇଁ ଏକ ଆୟୋଗ ଗଠନ କରିଛନ୍ତି। ଏହି ଆୟୋଗର ଅଧ୍ୟକ୍ଷ ସୁପ୍ରୀମ କୋର୍ଟର ପୂର୍ବଚନ ବିଚାରପତି ବିଏସ ସିରପୁରକର ହେବେ। ଏହି ଆୟୋଗ ୬ ମାସ ଭିତରେ ସୁପ୍ରୀମ କୋର୍ଟକୁ ନିଜର ରିପୋର୍ଟ ପ୍ରଦାନ କରିବ।

ଆୟୋଗର ସଦସ୍ୟମାନଙ୍କ ମଧ୍ୟରେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାର ପତି ରେଖା ବଲଡୋଟା ଏବଂ ପୂର୍ବତନ ସିବିଆଇ ମୁଖ୍ୟ କାର୍ତ୍ତିକେୟନ ମଧ୍ୟ ସଦସ୍ୟ ହେବେ। ବଡ଼ କଥା ଏହା ଯେ ଆୟୋଗର ସମସ୍ତ ସଦସ୍ୟମାନଙ୍କୁ ସିଆରପିଏଫର ଜବାନମାନଙ୍କର ସୁରକ୍ଷା ପ୍ରଦାନ କରାଯିବ। ସୁପ୍ରୀମ କୋର୍ଟରେ ଦାଖଲ ତିନୋଟି ଯାଚିକାରେ ମହିଳା ଡକ୍ଟରଙ୍କର ଗ୍ୟାଙ୍ଗରେପ ଏବଂ ତାଙ୍କୁ ହତ୍ୟାକରିଥିବା ଚାରିଜଣ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିବା ସଂଦିଗ୍ଧ ବୋଲି କୁହାଯାଇଛି।

ସୁପ୍ରୀମ କୋର୍ଟ, ହାଇଦ୍ରାବାଦରେ ମହିଳା ଡକ୍ଟରଙ୍କୁ ଗ୍ୟାଙ୍ଗରେପ-ମର୍ଡର ପରେ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର ମାମଲାରେ କହିଲେ କି ଲୋକମାନଙ୍କୁ ସତ୍ୟ କ’ଣ ଜାଣିବାର ଅଧିକାର ଅଛି, ଆମେ ଜାଞ୍ଚର ପକ୍ଷରେ ଅଛୁ। କୋର୍ଟ ତେଲେଙ୍ଗାନା ସରକାରଙ୍କର ଏହି ତର୍କକୁ ଖାରଜ କରି ଦେଲେ କି ଏହି ମାମଲାରେ ପୂର୍ବରୁ ଜାଞ୍ଚ ଚାଲୁଛି। ଏଥିରେ ଦୁଇଟି ଅଲଗା-ଅଲଗା ଜାଞ୍ଚର ଆବଶ୍ୟକ ନାହିଁ। ଏହା ମଧ୍ୟରେ ସୁପ୍ରୀମ କୋର୍ଟ ଅଭିଯୁକ୍ତମାନଙ୍କ ମେଡିକାଲ ଏବଂ ଫରେନ୍ସିକ ରିପୋର୍ଟ ମାଗିଛନ୍ତି।

କିପରି ହୋଇଥିଲା ଏନକାଉଣ୍ଟର?

ଘଟଣାସ୍ଥଳରେ ଅଭିଯୁକ୍ତମାନଙ୍କ ସହିତ ସିନ ରିକ୍ରିଏଟ କରିବାପାଇଁ ପୋଲିସ ଶୁକ୍ରବାରଦିନ ସକାଳେ ଏନକାଉଣ୍ଟରରେ ଚାରିଜଣ ଅଭିଯୁକ୍ତମାନଙ୍କୁ ମାରିଥିଲେ। ତା’ ପରେ ପୋଲିସ କହିଥିଲା ସେହି ଅଭିଯୁକ୍ତମାନେ ପ୍ରଥମେ ପୋଲିସ ଉପରେ ପଥର ଫୋପାଡ଼ିଥିଲେ ଏବଂ ପରେ ପୋଲିସକର୍ମିମାନଙ୍କର ହତିଆର ଛଡ଼ାଇ ନେଇଥିଲେ। ହତିଆର ଛଡ଼ାଇନେବା ପରେ ଅଭିଯୁକ୍ତମାନେ ଫାଇରିଙ୍ଗ କରି ପଳାୟନ କରିବାକୁ ଚେଷ୍ଟାକରୁଥିଲେ, ସେତେବେଳେ ପୋଲିସ୍ ଏନକାଉଣ୍ଟର ତାଙ୍କୁ ମାରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.