Home ଆନ୍ତର୍ଜାତୀୟ ପାକିସ୍ତାନ ଲାହୌରର ଏକ ହସ୍ପିଟାଲରେ ଓକିଲମାନଙ୍କର ହମଲା : ହିଂସକ ପ୍ରଦର୍ଶନରେ ଏପର୍ଯ୍ୟନ୍ତ ୫ ଜଣଙ୍କର...

ପାକିସ୍ତାନ ଲାହୌରର ଏକ ହସ୍ପିଟାଲରେ ଓକିଲମାନଙ୍କର ହମଲା : ହିଂସକ ପ୍ରଦର୍ଶନରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ – ୨୫୦ ଓକିଲଙ୍କ ଉପରେ ମାମଲା ରୁଜୁ

289

ନୂଆ ଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) ପାକିସ୍ତାନରେ ଡକ୍ଟରଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଓକିଲମାନେ ଲାହୌରର ଏକ ହସ୍ପିଟାଲ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ୨୫୦ ଓକିଲଙ୍କ ଉପରେ ମାମଲା ରୁଜୁ ହୋଇଛି।

ଲାହୌରର ପଂଜାବ ଇନଷ୍ଟିଚ୍ୟୁଟ୍ ଅଫ କାର୍ଡିଓଲୋଜୀ (ପିଆଇସି) ର ବାହରେ ଓକିଲମାନଙ୍କ ଦ୍ଵାରା କରାଯାଇଥିବା ହିଂସକ ବିରୋଧ ପ୍ରଦର୍ଶନ କାରଣରୁ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ଏଥିରେ ଡକ୍ଟମାନଙ୍କ ଦ୍ଵାରା ସମୟରେ ଚିକିତ୍ସା ସୁବିଧା ଦେବାରେ ଅସଫଳ ରହିବାରୁ ତିନିଜଣ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା।

ଡନ ନ୍ୟୁଜର ରିପୋର୍ଟ ଅନୁସାରେ, ଓକିଲ ମଙ୍ଗଳବାରଦିନ ସୋଶଲ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏକ ଭିଡ଼ିଓକୁ ନେଇକରି ବିରୋଧ ପ୍ରଦର୍ଶନ କରିଥିଲେ। ଭିଡ଼ିଓରେ ଜଣେ ଡକ୍ଟର କିଛି ଓକିଲମାନଙ୍କର ଏକ ସମୂହ ସାମନାରେ କୌଣସି ଝଗଡ଼ା ବିଷୟରେ କହୁଛି। ଭିଡ଼ିଓରେ ନଜର ଆସୁଥିବା ଡକ୍ଟରଙ୍କ ଅନୁସାରେ, ଓକିଲମାନଙ୍କର ଏକ ସମୂହ ପୁଲିସ ମହାନିରୀକ୍ଷକଙ୍କ ନିକଟକୁ ଯାଇଥିଲା ଏବଂ ତାଙ୍କୁ ଏଟିଏର ଧାରା ୭ ଅନୁଯାୟୀ ଦୁଇଜଣ ଡକ୍ଟରଙ୍କ ଉପରେ ଚାର୍ଜ ଲଗାଇବାପାଇଁ କହିଥିଲା। ଡକ୍ଟର ବିସ୍ତାରପୂର୍ବକ କହିବାପରେ ଆଇଜି ଚାର୍ଜ ଲଗାଇବାକୁ ମନା କରିଦେଇଥିଲେ। କିନ୍ତୁ ଓକିଲମାନଙ୍କର ସମୂହ ତାହା କରିବା ପାଇଁ ଚାପ ପକାଇଥିବାର ଦେଖାଯାଇଥିଲା।

ଏହି ଭିଡ଼ିଓକୁ ନେଇକରି ପିଆଇସି ବାହାରେ ବୁଧବାରଦିନ ବଡ଼ ସଂଖ୍ୟାରେ ଓକିଲ ଏକତ୍ର ହୋଇଗଲେ। ସେଠାରେ ଓକିଲମାନଙ୍କର ପ୍ରବେଶ ଦ୍ଵାର ଏବଂ ନିକାଶ ପଥକୁ ବନ୍ଦ କର ଦେଲେ, ଯାହାଫଳରେ ବିରୋଧ ପ୍ରଦର୍ଶନ ହିଂସକ ହୋଇଯାଇଥିଲା।

ଅଧିକାରୀମାନଙ୍କର କହିବା ଅନୁଯାୟୀ ଓକିଲମାନେ ହସ୍ପିଟାଲରେ ପଶିଲେ, ସେଠାରେ ଥିବା ଚିକିତ୍ସକ ଏବଂ ପାରାମେଡିକାଲ କର୍ମୀ ଭୟରେ ରୋଗୀମାନଙ୍କୁ ଛାଡ଼ି ପଳାଇବାକୁ ଚେଷ୍ଚାକଲେ। ଯେଉଁ ଚିକିତ୍ସକ ଅପରେଶନ କରୁଥିଲେ ସେମାନେ ମଧ୍ୟ ଚିକିତ୍ସା ଛାଡ଼ି ପଳାଇଯାଇଥିଲେ। ଓକିଲମାନେ ପଳାଉଥିବା କିଛି ଡାକ୍ତର ଏବଂ ପାରାମେଡିକଲ କର୍ମିଙ୍କୁ ପିଟିଥିଲେ ଏବଂ ଘଟଣାର କଭର କରୁଥିବା ପତ୍ରକାରମାନଙ୍କୁ ମଧ୍ୟ ଛାଡ଼ିନଥିଲେ। ମିଡ଼ିଆରେ କୁହାଯାଉଛିଯେ, ପ୍ରାୟତଃ ୪ ହଜାର ଓକିଲ ହସ୍ପିଟାଲ ଉପରେ ଆକ୍ରମଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.