Home ଓଡ଼ିଶା ପୁଲିସର ସୀମା ସିଲ,ବାହାରୁ ଆସିଥିବା ଶ୍ରମିକ ମାନଙ୍କୁ ଆନ୍ଦ୍ର ସୀମାନ୍ତ ମୋଟୁଠାରେ ସ୍ୱତନ୍ତ୍ର ଗୃହରେ ଅଟକ...

ପୁଲିସର ସୀମା ସିଲ,ବାହାରୁ ଆସିଥିବା ଶ୍ରମିକ ମାନଙ୍କୁ ଆନ୍ଦ୍ର ସୀମାନ୍ତ ମୋଟୁଠାରେ ସ୍ୱତନ୍ତ୍ର ଗୃହରେ ଅଟକ ରଖାଯାଇ ଖାଦ୍ୟପେୟର ବ୍ୟବସ୍ଥା କଲା ପ୍ରଶାସନ

593

ମାଲକାନଗିରି,୩୦ା୩ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି । ବାହାର ରାଜ୍ୟରୁ କୌଣସି ଶ୍ରମିକ କିମ୍ବା ବ୍ୟକ୍ତି ଜିଲ୍ଲାଭିତରକୁ ପ୍ରବେଶ ନିଷେଧ ପାଇଁ ମାଲକାନଗିରି ଜିଲ୍ଲାପୁଲିସ ପ୍ରଶାସନ ପକ୍ଷରୁ ଆନ୍ଦ୍ର,ଛତିଶଗଡ, ତେଲାଙ୍ଗାନା ରାଜ୍ୟ ସୀମାନ୍ତ ବର୍ତି ଅଚଂଳର ମୁଖ୍ୟରାସ୍ତା କୁ ସୀଲ କରି ବ୍ୟାପକ ଖନତଲାସି ଜାରିରଖିଛନ୍ତି । ବିଶେଷ କରି ଆନ୍ଦ୍ରପ୍ରଦେଶ, ଛତିଶଗଡ,ତେଲାଙ୍ଗନା ତିନୋଟି ରାଜ୍ୟର ସୀମାନ୍ତ ମୋଟୁ ଠାରେ ଥିବା ସିଲେରୁ ନଦୀର ପୋଲ ନିକଟରେ ଓ ସାବେରୀ ନଦୀର ଡଙ୍ଗାଘାଟ କୁ ପୁଲିସ ସିଲକରି ବା ସହିତ ମାଲକାନଗିରି ଚାଲାଣଗୁଡା ପଚାଂୟତ କୁ ଲାଗିରହିଥିବା ଛତିଶଗଡ ରାଜ୍ୟ ସୀମାକୁ ସିଲ କରାଯାଇଛି । ଏହା ବ୍ୟତିତ ଆନ୍ଦ୍ରପ୍ରଦେଶ ସୀମାନ୍ତ ଚିତ୍ରକୋଣ୍ଡା ବ୍ଲକ ସ୍ଥ ରାଜଲକୋଣ୍ଡା ,ମାଥିଲି ବ୍ଲକସ୍ଥ ମହୁପଦର, ମୁଣ୍ଡାଗୁଡା ସୀମାନ୍ତକୁ ସିଲ କରାଯାଇଛି ।ଏହି ଲକ ଡାଉନ ଘୋଷଣାକୁ ସମର୍ଥନ ଜଣାଇ ମାଲକାନଗିରି ଜିଲ୍ଲା ର ବିଭିନ୍ନ ଆଦିବାସୀ ଗ୍ରାମବାସୀ ମାନେ କୋରନା ସଂକ୍ରମଣ କୁ କିପରି ରୋକ ଯାଇ ପାରିବ ସେନେଇ ଗ୍ରାମର ଚାରିପାଖ ସୀମାନ୍ତ ରାସ୍ତାରେ କାଠ ରେ ବାଡ ବୁଜି ବାସହିତ ମୁଖ୍ୟରାସ୍ତରେ ଚେକଗେଟ କରିଛନ୍ତି । ତେଲାଙ୍ଗନା ରାଜ୍ୟକୁ କାମକରିବାକୁ ଯାଇଥିବା ମାଲକାନଗିରି ଜିଲ୍ଲାର ପ୍ରାୟ ୧୫୦ ଶ୍ରମିକ ଲକ ଡାଉନ ହେବା ଫଳରେ ସେମାନେ ସେଠାରୁ ଚାଲି ଚାଲି ପଳାଇ ଆସିଥିଲେ,ଏ ଖବର ଜିଲ୍ଲାପ୍ରସାସନ ନିକଟରେ ପହଁଚିଲା ପରେ ସେମାନଙ୍କୁ ସୀମାନ୍ତ ମୋଟୁ ଠାରେ ଏକ ବିଦ୍ୟାଳୟର ସ୍ୱତନ୍ତ୍ର ଗୃହରେ କ୍ୱାରେଟାଂଇନରେ ରଖାଯାଇ ସେମାନଙ୍କ ପାଇଁ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଛି, ଲକ ଡାଉନ ପରେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯିବା ପରେ ଘରକୁ ଛଡାଯିବ ବୋଲି ପ୍ରଶାସନିକ ଅଧିକାରୀ ଙ୍କ ସୁତ୍ରରୁ ପ୍ରକାଶ । ଆନ୍ଦ୍ର ଓ ଛତିଶଗଡ ରାଜ୍ୟ ସୀମାନ୍ତକୁ ଲାଗିଥିବା ମାଲକାନଗିରି ଜିଲ୍ଲାର ସୀମାନ୍ତ ବର୍ତି ଗ୍ରାମବାସୀ ମାନେ ମଧ୍ୟ ପ୍ରଶାସନକୁ ସହ ଯୋଗକରି କେହି ବାହର ଲୋକ କି ଯାନବହାନ ଯେପରି ଗ୍ରାମକୁ ଭିତରକୁ ଓ ମାଲକାନଗିରି ସୀମାରେ ପ୍ରବେଶ ନ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେଇ ରାସ୍ତାରେ କାଠ ବାଉଁସରେ ଚେକଗେଟ ସହ ନାକାବନ୍ଦି କରିଦେଇଛନ୍ତି । ଏହା ବ୍ୟତିତ ଗାଁର ଯୁବକ ମାନେ ସାମିଜକ ଦୂରତା ରକ୍ଷା କରି ଘର ଘର ବୁଲି କରୋନା ସଂକ୍ରମଣରୁ ଦୂରରେ ରୁହନ୍ତୁ, ଜରୁରୀ ନଥିଲେ ଗାଁରୁ କେହି ବାହରକୁ ଯାଅନ୍ତୁ ନାହିଁ,ବାହାରୁ କେହି ଗାଁକୁ ଆସନ୍ତୁ ନାହିଁ କୌଣସି ସା୍ଥନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷାକରିବା, ଭଲଭାବରେ ସାବୁନରେ ହାତ ଧୋଇବା, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରିବା ,କରମର୍ଦ୍ଦନ ନକରି ନମସ୍କାର ହୁଅନ୍ତୁ ବୋଲି ଜନସଚେତନତାରା ବାର୍ତା ଦେଉଥିବାର ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.