Home ଜିଲ୍ଲା ପରିକ୍ରମା ମାଓଗଡରେ ମାଓବାଦୀଙ୍କୁ ବିରୋଧ, ସ୍ୱାଭିମାନ ଅଚଂଳରେ ଉନ୍ନୟନ କାର୍ଯ୍ୟପାଇଁ ଅଟାଂଭିଡିଲେ ଆଦିବାସୀ

ମାଓଗଡରେ ମାଓବାଦୀଙ୍କୁ ବିରୋଧ, ସ୍ୱାଭିମାନ ଅଚଂଳରେ ଉନ୍ନୟନ କାର୍ଯ୍ୟପାଇଁ ଅଟାଂଭିଡିଲେ ଆଦିବାସୀ

134

ମାଲକାନଗିରି,୧୭ା୧୨  (ଓଡିଆ ପୁଅ ) ମାଓଗଡରେ ପ୍ରଥମଥର କରି ମାଓବାଦୀଙ୍କୁ ବିରୋଧ କରି ସ୍ୱାଭିମାନ ଅଚଂଳର ଉନ୍ନୟନ ପାଇଁ ଅଟାଂଭିଡିଛନ୍ତି ଆଦିବାସୀ ।  ଆନ୍ଦ୍ର ଓଡିଶା ସୀମାନ୍ତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ମାଓଗଡ ଭାବେ ଚିରପରିଚିତ,ସେଠାରେ ବର୍ଷକ ବାରମାସ ଯାକ  ମାଓବାଦୀଙ୍କ ଭୟ ଓ ଆତଙ୍କ ଲାଗିରହିଥାଏ,କେତେଦିନ ବା ମାଓବାଦୀଙ୍କ ଭୟ ଓ ଆତଙ୍କରେ ଦିନବିତାଇବେ ଗ୍ରାମବାସୀ, ସେମାନଙ୍କ ପାଇଁ ଗ୍ରାମରେ ଭଲରାସ୍ତା ଟିଏ ,ସ୍କୁଲଘର,ଅଙ୍ଗନ ଓ୍ୟାର୍ଡିକେନ୍ଦ୍ର,ପୋଲ ନିର୍ମାଣ ହୋଇପାରୁନାହିଁ କି କୌଣସି ଉନ୍ନୟନ କାର୍ଯ୍ୟ ହୋଇ ପାରୁନଥିବାରୁ ପାପରମେଟଲା,ବଡପଡା,ରାଲେଗଡା, ଧୂଳିପୁଟ ପଚାଂୟତର ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ଆମେ ଆଉ ମାଓବାଦୀଙ୍କୁ ସହଯୋଗ କରିବୁନାହିଁ କି ସେମାନଙ୍କ ପ୍ରଜାକୋର୍ଟରେ ଯୋଗ ଦେବୁନାହିଁ,ହିଂସାପରିବର୍ତେ ଶାନ୍ତି ଚାହୁଁ,ଆମ ଅଚଂଳରେ ସରକାରଙ୍କ ପକ୍ଷରୁ ଶିକ୍ଷା,ସ୍ୱାସ୍ଥ୍ୟ,ରାସ୍ତା,ପୋଲ,ଆମ୍ବୁଲାନ୍ସ ସେବା,ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା,ହାଇସ୍କୁଲ,କଲେଜପ୍ରତିଷ୍ଟା କରିବା ସହ ବିଭିନ୍ନ ଉନ୍ନ୍ୟନ ମୂଳକ କାର୍ଯ୍ୟକରନ୍ତୁ ବୋଲି ହାତରେ ପ୍ଲାକାର୍ଡ ଧରି ନାରା ଦେଇ ଗ୍ରାମରେ ସୋଭାଯାତ୍ରା କରି ଏକ ତୋଟାରେ ଆଦିବାସୀ ମେଳୀକରିଥିବାର ଜଣାପଡିଛି  । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ନିକଟରେ ସ୍ୱାଭିମାନ ଅଚଂଳର ୩୧ଦଫା ଦାବିନେଇ ବାରମ୍ବାର ଆନେ୍ଦାଳନ କରିଆସୁଥିଲେ ମଧ୍ୟ ସେମାନଙ୍କ ଦାବିପୁରଣ ହୋଇପାରୁନଥିବାରୁ ସ୍ୱାଭିମାନ ଅଚଂଳରେ ଥିବା ୭ଟି ପଚାଂୟତର ହଜାରହଜାର ଆଦିବାସୀ ପୁରଷ,ମହିଳା ମାନେ ଏକତ୍ରିତ ହୋଇ ସେମାନେ ଶିକ୍ଷା,ସ୍ୱାସ୍ଥ୍ୟ,ଜିବୀକା ନିର୍ବାହ.ପାନୀୟଜଳ, ଅତ୍ୟାବଶ୍ୟକିୟ ସାମଗ୍ରୀ ଯୋଗାଣ ଆଦି ମୌଳିକସୁବିଧାରୁ ବଚିଂତହେଉଛନ୍ତି ,ତୁରନ୍ତ ସ୍ୱାଭିମାନ ଅଚଂଳର ସମସ୍ତ ଗ୍ରାମରେ ସରକାରୀ ସୁବିଧା ସୁଯୋଗ ସହ ଉନ୍ନୟନମୁଳକ କାର୍ଯ୍ୟ କରାଯାଉ ବୋଲି ଦାବିକରିଛନ୍ତି ଅଚଂଳବାସୀ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.