Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗୀତାରେ ମାଲକାନଗିରି ଏମଭି୭ ହାଇସ୍କୁଲ ର ଛାତ୍ର ପୁରସ୍କୃତ,ରୌପ୍ୟ ପଦକ ହାସଲ

ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗୀତାରେ ମାଲକାନଗିରି ଏମଭି୭ ହାଇସ୍କୁଲ ର ଛାତ୍ର ପୁରସ୍କୃତ,ରୌପ୍ୟ ପଦକ ହାସଲ

149

ମାଲକାନଗିରି,୧୭ା୧୨(ଓଡିଆ ପୁଅ)  ରାଜ୍ୟ ଶକ୍ତିବିଭାଗ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନଠାରେ ରାଷ୍ଟ୍ରୀୟ ଶକ୍ତିସଂରକ୍ଷଣ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗୀତାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଏମଭି୭ ଜଗନ୍ନାଥପଲି ହାଇସ୍କୁଲ ର ୮ମ ଶ୍ରେଣୀ ଛାତ୍ର ସୁଜୟ ସରକାର ଭାଗନେଇ କୃତିତ୍ୱ ହାସଲ କରି ରାଜ୍ୟସ୍ତରୀୟ ୨ୟ ସ୍ଥାନ ଅଧିକାରକରି ରୌପ୍ୟ ପଦକ ଓ ମାନପତ୍ର ପାଇ ପୁରସ୍କୃତ ହୋଇଛନ୍ତି । ଏହି ପ୍ରତି ଯୋଗୀତାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୯୦ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ । ଏହି ଅବସରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୁଜୟ ଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତି ଯୋଗୀତାରେ ୯୦ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ । ସେମାନଙ୍କୁ ମଧ୍ୟରୁ ମାଲକାନଗିରି ଜିଲ୍ଲାର ଜଗନ୍ନାଥପଲି ଉଚ୍ଚବିଦ୍ୟାଳୟ ର ଛାତ୍ର ସୁଜୟ ଅନ୍ୟତମ ହୋଇ ସମଗ୍ର ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ଶ୍ରୀ ସୁଜୟ ରାଜ୍ୟସ୍ତରରେ ପୁରସ୍କୃତ ହୋଇ ଥିବାରୁ ଶିକ୍ଷକ ଓ ଶିକ୍ଷା ପ୍ରେମୀ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି । ବିଦ୍ୟାଳୟ ପରିସରରେ ପୁରସ୍କୃତ ଛାତ୍ର ସୁଜୟ ସରାକାର ଓ  ପ୍ରତି ଯୋଗୀତାରେ ଅଶଂଗ୍ରହଣ କରିଥିବା ଅନ୍ୟଜଣେ ଛାତ୍ର ଗୋପିନାଥ ମାଲାଲିଙ୍କୁ ସମ୍ବୋର୍ଦ୍ଦନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ.ଇଶ୍ୱର ରାଓ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ସମ୍ବୋର୍ଦ୍ଦନା ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ ଯୋଗଦେଇ ରାଜ୍ୟସ୍ତର ରୌପ୍ୟପଦକ ହାସଲ କରି ପୁରସ୍କୃତ ହୋଇଥିବା ଛାତ୍ର ସୁଜୟ ସରକାରଙ୍କୁ  ପୁସ୍ପ ଗୁଚ୍ଛ ଦେଇ ସମ୍ବୋର୍ଦ୍ଦନା ଜଣାଇ ଥିଲେ । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ଗାଇଡ୍ ଶିକ୍ଷକ ଜଗନ୍ନାଥ ସାହୁ,ଶିକ୍ଷକ ଦିପଙ୍କର ମଲିକ,ପ୍ରମୋଦକୁମାରମିଶ୍ର,ଅଜୟକୁମାର ସ୍ୱାଇଁ, ଶ୍ରୀଧାମମଣ୍ଡଳ,ପ୍ରଦୀପ ମିଶ୍ର,ରତ୍ନାକର ବିଶ୍ୱାଳ,ଦିପୁ ବୈରାଗୀ,ରାହୁଳ ମଣ୍ଡଳ,ରାଜେଶ ସିଂ,ପ୍ରସ୍ନଜିତ ଘରାମୀ,ଶିକ୍ଷୟତ୍ରୀ ସଙ୍କୁନ୍ତଳା ସ୍ୱାଇଁ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କୃତି ଛାତ୍ର ସୁଜୟ ସରକାର ଙ୍କୁ ଫୁଲତୋଡା ଦେଇ ସମ୍ବୋର୍ଦ୍ଦନା ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.