Home ଜିଲ୍ଲା ପରିକ୍ରମା ମାଲକାନଗିରି ସହରରେ ୧୩ଟି ଏଟିଏମ ରେ ୩ ଦିନ ହେଲା ଟଙ୍କା ନାହିଁ , ଜନସାଧରଣ...

ମାଲକାନଗିରି ସହରରେ ୧୩ଟି ଏଟିଏମ ରେ ୩ ଦିନ ହେଲା ଟଙ୍କା ନାହିଁ , ଜନସାଧରଣ ଟଙ୍କା ପାଇଁ ହଟହଟା

217

ମାଲକାନଗିରି,୧୭ା୧୨(ଓଡିଆ ପୁଅ) ମାଲକାନଗିରି ସହରରେ  ଥିବା ବିଭିନ୍ନ ବ୍ୟାଙ୍କର ୧୩ଟି ଏଟିଏମରେ ଗତ ୩ଦିନ ହେଲା ଟଙ୍କା ନଥିବାରୁ  ସହରବାସୀ ଟଙ୍କାଉଠାଇ ନପାରି ବହୁତ ହଇରାଣ ହୋଇଛନ୍ତି । ଜିଲ୍ଲାସଦର ମହକୁମାଠାରେ ଥିବା  ପ୍ରାୟ ଏଟିଏମ  ଅଚଳ ହୋଇପଡିଥିବାରୁ ଗ୍ରାହକ ଓ ଜନସାଧରଣ ଟଙ୍କା ପାଇଁ ହଟ ହଟା ହେଉଛନ୍ତି । କେଉଁ ଏଟିଏମ ରେ ଟଙ୍କା ସରି ଯାଇଛି ତ ଆଉ କେଉଁ ଏଟିଏମ  ଅଚଳ ହୋଇ ପଡିଛି ।   ବ୍ୟାଙ୍କ କର୍ତୁପକ୍ଷ ଏଟିଏମ୍ ସଜାଡିବା କି ଟଙ୍କା ଭରିକରିବା ପ୍ରତି ଦୃଷ୍ଟି ଦେଉ ନଥିବାରୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକମାନେ ଏଟିଏମ ନିକଟରେ ଭିଡଜମାଇ ଶେଷରେ ଟଙ୍କା ନପାଇ ନିରାଶରେ ଫେରି ଯାଉଥିବାର ଦେଖିବାକୁ ମିଳୁଛି  । ଜିଲ୍ଲାସଦର ମହକୁମା ଠାରେ ଏସବିଆଇ ସହ ଅନ୍ୟାନ ବ୍ୟଙ୍କର ର ୧୩ଟି ଏଟିଏମ୍ ରହିଛି, ହଲେ କୌଣସି ଏଟିଏମରୁ ଠିକ ଭାବେ ଟଙ୍କାବାହାରୁ ନାହିଁ, ନିଜ ପାସବୁକରେ ରେ ଟଙ୍କା ଥାଇ ଏଟିଏମ ଉପରେ ନର୍ଭର କରି ଅଧିକାଶଂ ଲୋକ ଟଙ୍କା ନପାଇ ହଇରାଣ ହେଉଛନ୍ତି,ଆଜି  ଜଣେ ଯୁବକ ଭୁବେନେଶ୍ୱର ବସରୁ ଓହ୍ଲାଇ ତାଙ୍କର ଟଙ୍କା ସରି ଯାଇଥିିବାରୁ ସେ ସହରରେ ଥିବା ୧୩ଟି ଏଟିଏମ ନିକଟକୁ ଯାଇ କେଉଁଠାରେ ଏଟିଏମ ଅଚଂଳ ତ ଆଉକେଉଁଠି ଟଙ୍କା ସରିଯାଇଛି ଦେଖି ଟଙ୍କା ନପାଇ ନିରାଶରେ ଫେରିଥିଲେ । ଏହି ଅସୁବିଧା ଘଟଣା କେବଳ ଦିନେ କି ଦୁଇଦିନର ନୁହଁ ପ୍ରାୟ ସମୟରେ ଏହି ପରି ବାରମ୍ବାର ଅବ୍ୟବସ୍ଥା ଲାଗିରହୁଥିଲେ ମଧ୍ୟ ବ୍ୟାଙ୍କ କର୍ତୁପକ୍ଷ ଏଥିପ୍ରତି ଗୁରତ୍ୱ ଦେଉ ନଥିବାରୁ ଜିଲ୍ଲାବାସୀ ଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.