Home ଜିଲ୍ଲା ପରିକ୍ରମା ମହିଳା ମହାବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ

ମହିଳା ମହାବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ

37

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟର ଏନ୍‌ସିସି, ନାଭାଲ ଉଇଙ୍ଗ ଦ୍ୱାରା ଏନସିସି ଅଫିସର ଅଧ୍ୟାପିକା ଅନନ୍ୟା ଅସ୍ମିତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ତୀର୍ଥବାସୀ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପିକା ଅନୀତା ଦଳାଇ ଏବଂ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଡ. ଅଭୟ କୁମାର ଦାସ ଓ ସମ୍ମାନିତ ବକ୍ତା ଭାବରେ ଅଧ୍ୟାପିକା ମଧୁବ୍ରତା ମଲ୍ଲିକ ପ୍ରମୁଖ ଯୋଗ ଦେଇ ନାରୀ ଜାଗରଣର ବିବିଧ ଦିଗ ଉପରେ ଆଲୋଚନା କରି ନାରୀଟିଏ ସମସ୍ତ ବାଧାବିଘ୍ନକୁ ସାମ୍ନା କରି ବିଜୟିନୀ ହେବାକୁ ସମର୍ଥ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ରଶ୍ମୀ ସୋରେନ ଧନ୍ରବାଦ ଅର୍ପଣ କରିଥିଲେ । ଶେଷରେ ନାରୀ ସଶକ୍ତିକରଣ ବିଷୟକ ଏକକ ଅଭିନୟ ଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.