Home ଜିଲ୍ଲା ପରିକ୍ରମା ଜିଲ୍ଳାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଜିଲ୍ଳାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

25

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଳା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ଶୋଭାଯାତ୍ରାରେ ଶତାଧିକ ମହିଳା ସଂସ୍କୃତି ଭବନ ପରିସରରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ସମସ୍ତ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ସ୍ୱଧାର ଗୃହର ଅନ୍ତେବାସୀମାନେ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ତିଳୋତ୍ତମା ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଳାପାଳ ଡ. ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲିଙ୍ଗଗତ ସମାନତାକୁ ପ୍ରାଧାନ୍ୟ ଦେଇ ବକ୍ତବ୍ୟ ରଖିଥିଲେ । କର୍ମକ୍ଷେତ୍ରରେ ମହିଳାମାନଙ୍କୁ ସମାନ ପାରିଶ୍ରମିକ ମିଳିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଭାରେ ବାସୁଦେବପୁରର ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ, ତିହିଡ଼ି ବ୍ଲକର ଶ୍ରୀ ଗଣେଶ ସ୍ୱୟଂ ଗୋଷ୍ଠୀ ଏବଂ ଚାନ୍ଦବାଲି ବ୍ଲକର ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ କାର୍ଯ୍ୟର ସଫଳତା ଏବଂ କୋବିଡ଼ ସମୟରେ ସହଯୋଗିତା ପାଇଁ ୧୫ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହାଛଡ଼ା ସର୍ବଶ୍ରେଷ୍ଠ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀଙ୍କୁ ନିଜୟ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଓ ଇନ୍ଦ୍ରମଣି ନାୟକ, ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଯୋଗ ଦେଇ ସମାଜରେ ନାରୀ ଜାଗରଣ, ସଶକ୍ତିକରଣ,ସମାଜ ଗଠନରେ ନାରୀମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.