Home ଜିଲ୍ଲା ପରିକ୍ରମା କସ୍ତୁରବା ମହାସଂଘ ପକ୍ଷରୁ ମହିଳା ଦିବସ ପାଳିତ

କସ୍ତୁରବା ମହାସଂଘ ପକ୍ଷରୁ ମହିଳା ଦିବସ ପାଳିତ

137

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ କୋଡ଼ବରୁଆଁ ଗ୍ରାମ ପଞ୍ଚାୟତର କସ୍ତୁରବା ମହାସଂଘ ଏବଂ ଫେଲୋସିପ ଆୟୋଜନରେ ଆଜି ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଯେନା, ଫେଲୋସିପ୍‌ର ସମ୍ପାଦକ ଏସ୍‌.ଏମ. ଫାରୁକ, ପ୍ରଫେସର ଝରଣା ପଟ୍ଟନାୟକ, କୈଳାସ ନାୟକ, ପ୍ରଣିତା ପଲାଇ, ରଣଜିତ ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ଓଏଲ୍‌ଏମ୍ ସସ୍ମିତା ପଣ୍ଡା, ଗୋବିନ୍ଦ ପାଣି, ମୃତ୍ୟୁଞ୍ଜୟ ଧୂପାଳ ଅତିଥି ଭାବେ ଯୋଗ ମହିଳାମାନେ ସ୍ୱରୋଜଗାର ପାଇଁ ସରକାରୀ ଯୋଜନା ଲାଇଭ୍‌ଲିହୁଡ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଜରିଆରେ ସୁରକ୍ଷା ବୀମା ସମ୍ପର୍କରେ ମହିଳମାନଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ସମାଜସେବା, ଆତ୍ମନିର୍ଭରଶୀଳତା, ଆର୍ôଥକ ସ୍ୱଚ୍ଛଳତା ଆଦି କ୍ଷେତ୍ରରେ ଉନ୍ନତି କରିପାରିଥିବା ମହିଳାଙ୍କୁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.