Home ଓଡ଼ିଶା ମହାନଦୀରେ ପ୍ରଥମ ବନ୍ୟାଜଳ: ମଣିଭଦ୍ରା ଓ କଂଟିଲୋ ଠାରେ ବିପଦ ସଂଙ୍କେତ ଉପରେ ବନ୍ୟାଜଳ, ଭାପୁର...

ମହାନଦୀରେ ପ୍ରଥମ ବନ୍ୟାଜଳ: ମଣିଭଦ୍ରା ଓ କଂଟିଲୋ ଠାରେ ବିପଦ ସଂଙ୍କେତ ଉପରେ ବନ୍ୟାଜଳ, ଭାପୁର ଓ ଗଣିଆ ବ୍ଳକର ବହୁ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ

173

ନୟାଗଡ଼, ୨୮ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ମହାନଦୀରେ ପ୍ରଥମ ବନ୍ୟା ଜଳ ଆସିଛି। ବନ୍ୟାଜଳ ପ୍ରଭାବରେ ନୟାଗଡ଼ ଜିଲା ଗଣିଆ ବ୍ଳକର ରାସଙ୍ଗ, ବଡ଼ସିଲିଙ୍ଗା ଓ ଛାମୁଣ୍ଡିଆ ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଗଣିଆ-ଛାମୁଣ୍ଡିଆ ରାସ୍ତାର ରାସଙ୍ଗ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ୪ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଛି। ମଣିଭଦ୍ରା ଠାରେ ବିପଦ ସଂଙ୍କେତର ଏକ ମିଟର ଉଚ୍ଚରେ ବନ୍ୟାଜଳ ପ୍ରଭାବିତ ହେଉଛି। ସେହିପରି ଭାପୁର ବ୍ଳକ ମଣିପୁର ଗ୍ରାମ ମହାନଦୀ ବନ୍ୟାଜଳର ଘେର ଭିତରେ ରହିଛି। ଗ୍ରାମରେ ପ୍ରାୟ ୫ଫୁଟର ପାଣି ପ୍ରଭାବିତ ହେଉଥିବାବେଳେ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏଥିସହିତ କରବର-ବୈଦ୍ୟଶ୍ୱର ମୁଖ୍ୟ ରାସ୍ତାର କାଳିଗିରୀ ବ୍ରିଜ ଉପରେ ୨ଫୁଟ ବନ୍ୟାଜଳ ପ୍ରଭାବିତ ହେଉଥିବାବେଳେ କଂଟିଲୋ-କଟକ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। କଂଟିଲୋ ଠାରେ ମଧ୍ୟ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି। ବନ୍ୟାଜଳରେ ଫତେଗଡ଼, କରବର, ମାଧପୁର, ଶାସନ, କେନ୍ଦୁପଲ୍ଲୀ ଆଦି ପଂଚାୟତ ର ଶହ ଶହ ଏକର ଚାଷଜମି ଜ୍‌ଗମଗ୍ନ ହୋଇଯାଇଛି। ଭାପୁର ବ୍ଳକ, ଗଣିଆ ବ୍ଳକ ଓ ଖଣ୍ଡପଡ଼ା ବ୍ଳକର ର ବନ୍ୟା ପ୍ଲାବିତ ଅଂଚଳକୁ ତୀକ୍ଷ୍ମ ନଜର ରଖିବାକୁ ତିନି ବ୍ଳକର ବିଡିଓ, ତହସିଲଦାରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.