Home ଜିଲ୍ଲା ପରିକ୍ରମା ମମିତା ମିଷ୍ଟ୍ରୀ, ଅଭିଯୁକ୍ତ ଗୋବିନ୍ଦର ସହେଯାଗୀ ଡ୍ରାଇଭର ଗିରଫ, ଜେସିବି ଡ୍ରାଇଭର ଓ ଷ୍ଟାଡିୟମ  ମୁନସି ହେଲେ...

ମମିତା ମିଷ୍ଟ୍ରୀ, ଅଭିଯୁକ୍ତ ଗୋବିନ୍ଦର ସହେଯାଗୀ ଡ୍ରାଇଭର ଗିରଫ, ଜେସିବି ଡ୍ରାଇଭର ଓ ଷ୍ଟାଡିୟମ  ମୁନସି ହେଲେ ରାଜସାକ୍ଷୀ 

52

କଳାହାଣ୍ଡି, ତା.୨୧.୧୦.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି । ଏସଂପର୍କରେ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ଙ୍କ ନେତୃତ୍ୱରେ ବଲାଙ୍ଗୀର ପୋଲିସ ତରଫର ତନାଘନା ତଦନ୍ତ ଚାଲିଛି । ଏହି ଘଟଣାର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦର ୱାଗନ ଆର ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ କୁ ଏହି ଘଟଣାରେ ସହଯୋଗ କରିଥିବା ଅଭିଯୋଗରେ ଗୁରବାର ବଲାଙ୍ଗୀର ପୋଲିସ ଗିରଫ କରି ବଙ୍ଗୋମୁଣ୍ଡା ଜେମଏଫସି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି । ସେହିପରି  ଗାତ ଖୋଲିଥିବା ଜେସିବିର ଡ୍ରାଇଭର ପୁଷ୍କର ଭୋଇ ଓ ଷ୍ଟାଡିୟମର ମୁନସି ଗୁପ୍ତେଶ୍ୱର ତାଣ୍ଡିଙ୍କୁ ରାଜସାକ୍ଷୀ ଭାବେ ଗ୍ରହଣ କରି ପୋଲିସ ଛାଡିଦେଇଥିବା ଜଣାପଡିଛି ।
ସେହିପରି ଗୁରବାର ଦିନ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ଙ୍କ ସମେତ ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ ତରଫରୁ ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ସମେତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ତଥା ହଷ୍ଟେଲ ଗୁଡିକ ପରିଦର୍ଶନ କରିଥିଲେ । ଛାତ୍ରୀ ମାନଙ୍କ ହଷ୍ଟେଲ ଭିତରେ ଏକ କୋଠରୀ ରହିଥିବା ଏବଂ ସେଠାକୁ ଅଭିଯୁକ୍ତ ଗୋବିନ୍ଦ ଅନାୟାସରେ ଯାତାୟତ କରୁଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଥିବା ପ୍ରକାଶ । ଅନ୍ୟପକ୍ଷରେ ସେହି କଲେଜରେ ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଶାରିରୀକ ଶୋଷଣ କରାଯାଉଥିବା ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏସବୁ ସଂପର୍କରେ ପୋଲିସ ପକ୍ଷରୁ କେତେଜଣ ଛାତ୍ର ଛାତ୍ରୀ ମାନଙ୍କୁ ଜେରା କରୁଥିବା ପ୍ରକାଶ ।  ମମିତା ର ନିଖୋଜ ସଂପର୍କି ରେ ପରିବାର ଲୋକେ ଅଭିଯୋଗ ପତ୍ର ଦାଖଲ କରିଥିଲେ ହେଁ ତାହା ଗ୍ରହଣ ନକରି ଫେରାଇଦେଇଥିବା ଅଭିଯୋଗରେ କେଗାଁ ଥାନା ଇନିସପେକ୍ଟର ଡମୁ ପରଜା ଙ୍କୁ ନିଲମ୍ବନ କରାଯାଇଥିବା କଳାହାଣ୍ଡି ଏସପି ଶବଚ୍ଚ ବିବେକ ଙ୍କ ସୂତ୍ରରୁ ପ୍ରକାଶ ।
ଅନ୍ୟ ପକ୍ଷରେ କେଗାଁ ଥାନାକୁ ଅଭିଯୁକ୍ତ ଗୋବିନ୍ଦ ସାହୁ ବାଇକ ରେ ଆସି ଆଇଆଇସିଙ୍କ ସହ କଥାବାର୍ତା ହେବାପରେ ମମିତାଙ୍କ ପରିବାର ଲୋକେ ଦେଇଥିବା ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହେଉଛି । ଏପରିକି ଯେଉଁମାନେ ଗୋବିନ୍ଦର କଳାକାରନାମାକୁ ବିରୋଧ କରୁଥିଲେ ସେମାନଙ୍କୁ ଗୋବିନ୍ଦର ଇଶାରାରେ କେଗାଁ ପୋଲିସ ପକ୍ଷରୁ ଧାରା ୪୧ ଅନୁସାରେ ନୋଟିସ ଦିଆଯାଇ ଛଡାଯାଉଥିବା ମଧ୍ୟ ଅଭିଯୋଗ ହେଉଛି ।
ସେହିପରି ମହାଲିଙ୍ଗ ସ୍ଥିତ ସରକାରୀ ଅନୁଦାନ ପ୍ରାପ୍ତ ଯୁକ୍ତ ଦୁଇ କଲେଜ ର ପରିଚାଲନା କମିଟୀ ରେ ଗୋବିନ୍ଦ ସାହୁ ସଭାପତି ଥିବା ବେଳେ ପାଶ୍ୱର୍ରେ ଯୁକ୍ତ ତିନି କଲେଜ ସଂପୂର୍ଣ୍ଣ ବେସରକାରୀ ଭାବେ ଗୋବିନ୍ଦ ସାହୁଙ୍କ ଦ୍ୱାରା ପରିଚାଲିତ ହେଉଥିବା ବେଳେ ସେହି ଯୁକ୍ତ ତିନି କଲେଜ କୋଠାର ଉପର ଅଂଶରେ ସନସାଇନ ପବ୍ଲିକ ସ୍କୁଲ ଚାଲୁଥିବା ଜଣାପଡିଛି । କଲେଜ ପାଇଁ ଆସୁଥିବା ଅନୁଦାନ ଏବଂ ଏହାର ପାଶ୍ୱର୍ରେ ଥିବା ଖେଲପଡିଆକୁ ିଁ ମିନିଷ୍ଟାଡିୟମ ଭାବେ ନିର୍ମାଣ କରିବା ପାଇଁ ଆସୁଥିବା ଅନୁଦାନ ସବୁ ଗୋବିନ୍ଦ ଦ୍ୱାରା ହିଁ ପରିଚାଲିତ ହେଉଥିବା ଜଣାପଡିଛି ।
ମୋଟାମୋଟୀ ଭାବେ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଗୋବିନ୍ଦ ହିଁ ସର୍ବେସର୍ବା ମାଲିକ ଥିବା ବେଳେ ନିଜ ମନଇଚ୍ଛା ପରିଚାଲିତ କରିବା ସହିତ ଜନୈକା ଶିକ୍ଷୟିତ୍ରୀଙ୍କ ସହିତ ପରକୀୟା ପ୍ରେମ ସଂପର୍କ ଥିବା ଆଲୋଚନା ହେଉଛି । ସେହି ଶିକ୍ଷୟୀତ୍ରିଙ୍କ ମାଧ୍ୟମରେ ଗୋବିନ୍ଦ ବିଭିନ୍ନ ପ୍ରକାର ଅସାମାଜିକ କାରବାର ଚଳାଉଥିବା ଅଭିଯୋଗ ହେଉଛି ଏବଂ ସେସବୁ ର ପ୍ରମାଣ ଭିଡିଓ କ୍ଲିପିଂ ସବୁ ମମିତା ପାଖରେ ଥିବା ହେତୁ ର୍ପମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମମିତାକୁ ହତ୍ୟା କରିଦେଇଥିବା ପୋଲିସ ଆଗରେ ଗୋବିନ୍ଦ ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଗୋବିନ୍ଦକୁ ବଲାଙ୍ଗୀର ପୋଲିସ ରିମାଣ୍ଡରେ ଆଣି ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତ କରୁଥିବା ଜଣାପଡିଛି । ହେଲେ ମମିତାର ମୋବାଇଲ ଏବଂ ପେନଡ୍ରାଇଭ ମିଳୁନଥିବା କୁହାଯାଉଛି ।  କେତେକ ଆପତି ଜନକ ଭିଡିଓ ଥବା ସନ୍ଦେହରେ ସେସବୁ ଖୋଜା ପଡିଛି । ରିମାଣ୍ଡରେ ଆଣିଥିବା ଅଭିଯୁକ୍ତ ଗୋବିନ୍ଦ ଠାରୁ ସମସ୍ତ ତଥ୍ୟ ଆଦାୟ କରିବାକୁ ପୋଲିସ ଯୋରସୋରରେ ଲାଗିପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.