Home ଜିଲ୍ଲା ପରିକ୍ରମା ମନସ୍ମିତାଙ୍କ ଉଦ୍ୟମରେ ପୂରଣ ହେବାକୁ ଯାଉଛି ବହୁ ଦିନର ଦାବି, ଚରମ୍ପା ଲେବୁଲ କ୍ରସିଂ ସମସ୍ୟା...

ମନସ୍ମିତାଙ୍କ ଉଦ୍ୟମରେ ପୂରଣ ହେବାକୁ ଯାଉଛି ବହୁ ଦିନର ଦାବି, ଚରମ୍ପା ଲେବୁଲ କ୍ରସିଂ ସମସ୍ୟା ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ମନସ୍ମିତା

74

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଡଗରାସାହି ମାର୍କେଟ ନିକଟ ଲେବୁଲ କ୍ରସିଂଟି ଭଦ୍ରକ ରେଳ ଷ୍ଟେସନର ଖୁବ ନିକଟରେ ଅବସ୍ଥିତ । ଏହି ଲେବୁଲ କ୍ରସିଂ ବ୍ୟସ୍ତବହୁଳ ଏବଂ ଏହା ମଧ୍ୟ ଦେଇ ବହୁ ସଂଖ୍ୟକ ଯାନ ନିୟମିତ ଯାତାୟତ କରିଥାଏ । ପୌରାଞ୍ଚଳର ୨ଟି ୱାର୍ଡ଼ ସମେତ, କିଛି ପଞ୍ଚାୟତ, ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଚଳର ଲୋକମାନେ ଏହି ଲେବୁଲ କ୍ରସିଂ ଦେଇ ନିୟମିତ ଯିବା ଆସିବା କରିଥାନ୍ତି । ଭଦ୍ରକ ରେଳ ଷ୍ଟେସନ ପୂର୍ବତଟ ରେଳବାଇର ଏକ ମୁଖ୍ୟ ଷ୍ଟେସନ ଯାହାପାଇଁ ଷ୍ଟେସନର ଖୁବ ନିକଟରେ ଥିବା ଫାଟକ ବହୁ ସମୟରେ ବନ୍ଦ ରହିଥାଏ । ତେଣୁ ଏହି ବାଟ ଦେଇ ଯାଉଥିବା ଗୁରୁତର ରୋଗୀଙ୍କ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଗାଡ଼ି, ସ୍କୁଲ ଓ କଲେଜ ଛାତ୍ରଙ୍କୁ ଏଠାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼େ । ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନ ହେବ ଅଞ୍ଚଳବାସୀ ଦାବି କରି ଆସୁଥିଲେ । ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ଉଦ୍ୟମ କ୍ରମେ ଏହି ଦାବି ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି । ଶ୍ରୀମତୀ ଖୁଣ୍ଟିଆ ଏହି ଦାବି ନେଇ ଦିଲ୍ଲୀ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଲୋକଙ୍କ ସମସ୍ୟା ଜଣାଇଥିଲେ । ପରେ ଏକ ଦାବିପତ୍ର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ପ୍ରଦାନ କରିଥିଲେ । ମନ୍ତ୍ରୀ ବୈଷ୍ଣବ ଲୋକଙ୍କ ସମସ୍ୟାକୁ ଅନୁଭବ କରିବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ ଏହି କଥା ନିଜେ ମନ୍ତ୍ରୀ ଟୁଇଟ କରି ପ୍ରକାଶ କରିଛନ୍ତି । ଏ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀମତୀ ଖୁଣ୍ଟିଆ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.