Home ଓଡ଼ିଶା ମଧ୍ୟପ୍ରଦେଶ ପୁଲିସକୁ ସଜାଗ ରହିବାକୁ ନିର୍ଦେଶ

ମଧ୍ୟପ୍ରଦେଶ ପୁଲିସକୁ ସଜାଗ ରହିବାକୁ ନିର୍ଦେଶ

262

ନୂଆଦିଲ୍ଲୀ୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ରାମ ଜନ୍ମଭୁମି –ବାବରୀ ମସ୍‌ଜିଦ ମାମଲାର ଚୁଡାନ୍ତ ରାୟ ଆସିବା ସମ୍ଭାବନାକୁ ଦେଖି ମଧ୍ୟପ୍ରଦେଶ ସରକାର ରାଜ୍ୟର ପୁଲିସ କର୍ମଚାରୀଙ୍କ ଛୁଟିରେ ନଯିବାକୁ ନିର୍ଦେଶ ଜାରୀ କରିବା ସୂଚନା ମିଳିଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ପୁଲିସ ମୁଖ୍ୟାଳୟ ରାଜ୍ୟର ସମସ୍ତ ଜିଲ୍ଲା ପୁଲସ ଏସ.ପି.ମାନଙ୍କୁ ଏହି ନିର୍ଦେଶ ନାମା ଜାରୀ କରିଥିବା ସୂଚନା ମିଳିଛି। ଚଳିତ ମାସ ଠାରୁ ଏହି ନିର୍ଦ୍ଦେକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ପୁଲିସ କର୍ମଚାରୀଙ୍କୁ ନିର୍ଦେଶ ଦିଆଯିବା ସହ ଗୁରୁନାନକ ଜୟନ୍ତୀ ବିବାଦ ଓ ଅନ୍ୟାନ୍ୟ ପର୍ବରେ ଯେପରି ସଂପ୍ରଦାୟୀକତା ପ୍ରତି କୌଣସି କ୍ଷତି ନଘଟେ ସେଥିପ୍ରତି ପୁଲିସ କଡ଼ା ନଜର ରଖିବାକୁ ସରକାର ପୁଲିସକୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଜାରୀ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.