Home ଆମ ପର୍ବ ପର୍ବାଣୀ ବଡ଼ବିଲ ଅଞ୍ଚଳରେ ନିଷ୍ଠାର ସହ ପାଳିତ ହେଲା ସୂର୍ଯ୍ୟ ଉପାସନାର ଲୋକପର୍ବ ‘ଛଠ୍’ , ଶ୍ରଦ୍ଧାଳୁଙ୍କ...

ବଡ଼ବିଲ ଅଞ୍ଚଳରେ ନିଷ୍ଠାର ସହ ପାଳିତ ହେଲା ସୂର୍ଯ୍ୟ ଉପାସନାର ଲୋକପର୍ବ ‘ଛଠ୍’ , ଶ୍ରଦ୍ଧାଳୁଙ୍କ ସମାଗମ

103

ବଡ଼ବିଲ, ତା ୦୨ ନଭେମ୍ବର(ଓଡିଆ ପୁଅ/ସୀତାରାମ ଦୀକ୍ଷିତ) ଉତ୍ତର ଭାରତରେ ପାଳନ କରାଯାଉଥିବା ପର୍ବ ଗୁଡ଼ିକ ମଧ୍ୟରୁ ‘ଛଠ୍’ ପର୍ବ ଅନ୍ୟତମ । ସୂର୍ଯ୍ୟ ଉପାସନାର ଲୋକପର୍ବ ହେଉଛି ‘ଛଠ୍’ ପର୍ବ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତର ଭାରତର ଲୋକମାନେ ‘ସୂର୍ଯ୍ୟ ଷଷ୍ଠୀ ବ୍ରତ’ ବା ‘ଛଠ୍ ପର୍ବ’ ପାଳନ କରିଥାନ୍ତି । ଦୀର୍ଘ ୪ଦିନ ଧରି କଠିନ ନିୟମ ଓ ନିଷ୍ଠାର ସହ ଏହି ପର୍ବକୁ ପାଳନ କରାଯାଇଥାଏ । ଆଜି ଏହି ଗଣପର୍ବକୁ ଦେଶ ବିଦେଶର କୋଣ ଅନୁକୋଣରେ ପାଳନ କରାଯାଉଥିବାର ନଜିର ରହିଛି ।  ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଓ ଉଦ୍ଦିପନ୍ନାର ସହ ଭକ୍ତିମୟ ପରିବେଶରେ ପାଳନ କରାଯାଉଛି ‘ଛଠ୍ ପର୍ବ’ । ବ୍ରତଧାରୀମାନେ ନିଜ ପରିବାରର ଶୁଭ ମନାସୀ ସମସ୍ତ ନିତିକାନ୍ତି ଓ ବିଧି ବିଧାନର ସହିତ ‘ସୂର୍ଯ୍ୟ ଉପାସନା’ର ପର୍ବକୁ ନିଷ୍ଠାର ସହ ପାଳନ କରୁଛନ୍ତି । ବିଶ୍ୱାସ ରହିଛି ସମସ୍ତ ନୀତି ନିୟମକୁ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କଲେ ମନସ୍କାମନା ପୂର୍ଣ୍ଣ ହେବା ସହ ସନ୍ତାନ ଲାଭ ଓ ନାନାଦି ରୋଗ ବ୍ୟାଧିରୁ ମୁକ୍ତି ମିଳିଥାଏ । ସେହିପରି ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଘବ ହୋଇଥାଏ । ପରମ୍ପରା ଅନୁଯାୟୀ, ବ୍ରତର ପ୍ରଥମ ଦିନକୁ ‘ନାହାଓ ଖାଅ’, ଦ୍ୱିତୀୟ ଦିନକୁ ‘ଖରନା’ କୁହାଯାଏ । ଏହାପରେ ଆରମ୍ଭ ହୋଇଥାଏ ୩୬ ଘଣ୍ଟାର କଠୋର ନିର୍ଜଳା ଉପବାସ । ତୃତୀୟ ଦିନ ଅପରାହ୍ନରେ ନଦୀ କିମ୍ବା ପୁଷ୍କରଣୀକୁ ଯାଇ ପୂଜା ଅର୍ଚ୍ଚନା କରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଥାନ୍ତି ବ୍ରତଧାରୀ ଏବଂ ପରିବାର ବର୍ଗ । ଚତୁର୍ଥ ବା ଶେଷ ଦିନରେ ବଡ଼ି ଭୋର ସମୟରେ ପୂର୍ବ ଦିନ ପରି ଜଳ ଉତ୍ସକୁ ଯାଇ ଉଦିତ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରି ଘରକୁ ଫେରିଥାନ୍ତି ଓ ବ୍ରତ ସମାପନ ହୋଇଥାଏ । ଖଣି ଉପତ୍ୟାକା ଯୋଡ଼ା, ବଡ଼ବିଲ, ବଲାଣୀ ଓ ଆଖପାଖ ଅଞ୍ଚଳରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ହର୍ଷ ଉଲ୍ଲାସର ସହ ‘ଛଠ୍ ପର୍ବ’ ପାଳନ କରାଯାଇଛି । 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.