Home ଓଡ଼ିଶା ନିର୍ମାଲ୍ୟ ସମ୍ମାନ ଉତ୍ସବରେ ଫିଲ୍ମ ଟେଲି ଆୱାର୍ଡ଼

ନିର୍ମାଲ୍ୟ ସମ୍ମାନ ଉତ୍ସବରେ ଫିଲ୍ମ ଟେଲି ଆୱାର୍ଡ଼

160

ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଓଡ଼ିଶାର ଅନ୍ୟତମ ପ୍ରମୁଖ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନିର୍ମାଲ୍ୟ ପକ୍ଷରୁ ଶରଧାବାଲି ଠାରେ ଆୟୋଜିତ ନିର୍ମାଲ୍ୟ ସମ୍ମାନ ପ୍ରଦାନ ସମାରୋହରେ ବିଶିଷ୍ଟ ଚଳଚ୍ଚିତ୍ର ତଥା ଯାତ୍ରା ଜଗତର ଅଭିନେତା ରାଇମୋହନ ପରିଡ଼ାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମଳିଛି। ଏଥି ସହିତ ଚଳଚ୍ଚିତ୍ର ତାରକା ଭୂମିକା, ମଂଟୁ, ଅନିଷା, ଅର୍ଦ୍ଦେନ୍ଦୁ ଓ ଅନୁଭାଙ୍କୁ ନାୟକ-ନାୟିକା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତରଙ୍ଗ ଚ୍ୟାନେଲର ପ୍ରସାରିତ ସାବିତ୍ରୀର ଖଳ ଅଭିନେତା ଶାରଦା ନାୟକ ମହାପ୍ରସାଦଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଶେଷ୍ଠ ନାୟକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତ୍ରିଭୁବନ ପଣ୍ଡାକୁ ହାସ୍ୟ ଅଭିନେତା ଏବଂ ପ୍ରେରଣା ଓ ଅଶ୍ୱିନୀଙ୍କୁ ଶ୍ରେଷ୍ଠ ଉଦଘୋଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବରେ ସାଂସଦ ପିନାକୀ ମିଶ୍ର, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସଦାଶିବ ସଂସ୍କୃତ ପରିସରର ଅଧ୍ୟକ୍ଷ ପ୍ରପେସର ହରେକୃଷ୍ଣ ମହାପାତ୍ର, ଓଡ଼ିଆ ଟେଲିଭିଜନ ଲମିଟେଡ଼ର ଡ଼ିଜିଏମ ଶ୍ୟାମାପ୍ରସାଦ ମିଶ, ବରିଷ୍ଠ ସେବାୟତ ଭଗବାନ ସୁଆର ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରିଥିଲେ। ଗୀତିକାର ବଦ୍ରିମିଶ୍ର ଅଧ୍ୟକ୍ଷତାରେ ଓ ସମ୍ପାଦକ ବିଶ୍ୱନାଥ ମିଶ୍ରଙ୍କ ସଂପାଦନାରେ ଅନୁଷ୍ଠିତ ଏହି ଉତ୍ସବରେ ଉତ୍ସବ କମିଟି ଅଧ୍ୟକ୍ଷ କାଳିପ୍ରସାଦ ନନ୍ଦ, ସାଂଗଠନିକ କମିଟି ଅଧ୍ୟକ୍ଷ ଚକ୍ରଧର ମାହପାତ୍ର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଭୂଦତ ସୁବୁଦ୍ଧି ଉତ୍ସବ ସଂଯୋଜକ ପ୍ରିତମ ଜଗଦେବ, ଦୁର୍ଗା ଦାସ ମହାପାତ୍ର, ମୁଖ୍ୟ ଉପଦେଷ୍ଟା ଭରତ ନାୟକ, ପୁଊିନ ବିହାରୀ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ଏଠାରେ ତରଙ୍ଗ ମ୍ୟୁଜିକର ବରିଷ୍ଠ କାର୍ଯ୍ୟକ୍ରମ ପ୍ରଯୋଜକ ଅବିନାଶ ଚୌଧୁରୀ, ପ୍ରମେୟ ମିଡ଼ିଆ ହାଉସ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପରିବେଶବିତ ଜଗନ୍ନାଥ ବସ୍ତିଆ, ପିତାମ୍ପର ମିଶ୍ର, ଓ ବିଶିଷ୍ଟ ସ୍ଥପତି ଅଭିଜିତ ଅଧିକାରୀଙ୍କୁ ନିର୍ମାଲ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ମୁଁ ପରଦେଶୀ ଚଢେଇ ର ଟ୍ରେଲର ପୋଷ୍ଟର ଲୋକାର୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ଇପିସିତା ପଣ୍ଡା, ରାଜେନ୍ଦ୍ର ମିଶ୍ର, ସଂଗ୍ରାମ.ସସ୍ମିତା ବିଶ୍ୱାଳ ପ୍ରମୁଖ ପୁରାତନ ସଂଗୀତ ସହ ଚଳଚ୍ଚିତ୍ର ସଂଗୀତ ଓ ହିନ୍ଦୀ ସଂଗୀତ ପରିବେଷର କରି ଶରଧାବାଲିକୁ ସଂଗୀତରେ ମସଗୁଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମଧୁସୂଦନ ବିଶ୍ର, ଶମ୍ବୁନାଥ ମହାଳିକ, ଜଗନ୍ନାଥ ସାହୁ, ଶିବସୁନ୍ଦର ମିଶ୍ର, ମାନସ ପୁଷ୍ପାଳକ ଓ ବିଷ୍ଣୁଚରଣ ବରାଳ ପରିଚାଳନା କରିଥିବା ବେଳେ ପ୍ରେରଣା, ଅଶ୍ୱିନୀ ଓ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.