Home ଓଡ଼ିଶା ଭୀମକୁଣ୍ଡରେ ବୁଡି ନିଖୋଜ ପର୍ଯ୍ୟଟକଙ୍କ ମିଳିଲା ପରିଚୟ ପରିବାର ପକ୍ଷରୁ ଥାନାରେ ଏତଲା

ଭୀମକୁଣ୍ଡରେ ବୁଡି ନିଖୋଜ ପର୍ଯ୍ୟଟକଙ୍କ ମିଳିଲା ପରିଚୟ ପରିବାର ପକ୍ଷରୁ ଥାନାରେ ଏତଲା

244

ପାଟଣା ୨୭-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ର ପର୍ଯ୍ୟଟନ ସ୍ଥଳି ଭୀମକୁଣ୍ଡ ରେ ଗତକାଲି ଅପରାହ୍ନରେ ଜଣେ ପର୍ଯ୍ୟଟକ ବୁଡି ନିଖୋଜ ହୋଇଥିଲେ। ନିଖୋଜ ଯୁବକଙ୍କ ପରିବାର ପକ୍ଷରୁ ଆଜି ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ବୁଧବାର ବଡ଼ଦିନ ଥିବାରୁ ଭୀମକୁଣ୍ଡରେ ବଣ ଭୋଜି ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପଶ୍ଚିମବଙ୍ଗ ଦୀଘା ମୈତ୍ରପୁର ଅଞ୍ଚଳ ଅଳଙ୍କରପୁର ସମବାୟ ସମିତି ପକ୍ଷରୁ ୯ଜଣ ବ୍ୟାଙ୍କ କର୍ମଚାରୀ ବଣଭୋଜି କରିବା ପାଇଁ ଭୀମକୁଣ୍ଡ ଆସିଥିଲେ। ଏହି ସମୟରେ ଭୀମକୁଣ୍ଡରେ ଗାଧୋଉଥିବା ବେଳେ ରାଜେନ୍ଦ୍ର ସିଂଙ୍ଘ (୨୫)ନାମକ ଜଣେ ପର୍ଯ୍ୟଟକ ବୁଡି ଯାଇ ନିଖୋଜ ହୋଇଛନ୍ତି ତାଙ୍କ ପରିଚୟ ମିଳିଥିଲେ ମଧ୍ୟ ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ ପରିବାର ପକ୍ଷରୁ ଅଭିଯୋଗ ପରେ ଠାକୁର ମୁଣ୍ଡା ଥାନା ରେ ୧୫/୧୯ ରେ ଏକ ନିଖୋଜ ମାମଲା ରୁଜୁ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେ ଭାସି ଯାଉଥିବାର ଦୃଶ୍ୟ ସମସ୍ତେ ଦେଖି ମୋବାଇଲରେ ଭିଡିଓ ଉତ୍ତୋଲନ କରୁଥିଲେ ହେଁ ତାଙ୍କୁ ବଞ୍ଚାଇବା ପାଇଁ କେହି ଚେଷ୍ଟା କରିନଥିଲେ ଏପରିକି ଜଣେ ଖାକି ପୋଷାକ ଧାରୀ ସେଠାରେ ଛିଡା ହୋଇଥିଲେ ମଧ୍ୟ ବିପଦ ପୂର୍ଣ୍ଣ ଯାଗାକୁ ଯିବାକୁ ବାରଣ କରି ନଥିଲେ।ପ୍ରତେକ ବର୍ଷ ଏହି ଭୀମକୁଣ୍ଡରେ ବୁଡି ପର୍ଯ୍ୟଟକଙ୍କ ଜୀବନ ହାନି ହେଉଥିଲେ ମଧ୍ୟ ପ୍ରାଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ଭୀମକୁଣ୍ଡ ଏବେ ମୃତ୍ୟୁ କୁଣ୍ଡ ତାହା ଆଲୋଚନା ହେଉଛି ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଅବହେଳା ଯୋଗୁଁ ପ୍ରତେକ ବର୍ଷ ପ୍ରାୟ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟୁଛି ଭୀମକୁଣ୍ଡର ରୋମଣିୟ ଦୃଶ୍ୟ ସଦା ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।ଭୀମକୁଣ୍ଡ ରେ କୌଣସି ବ୍ୟାରିକେଟ କିମ୍ବା ସୁରକ୍ଷା ବାଡ଼ ନଥିବା ରୁ କିମ୍ବା ପୋଲିସ ପ୍ରଶାସନ ତରଫରୁ ଏ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ପ୍ରତେକ ବର୍ଷ ଗାଧେଇବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଇ ଏପରି ଦୁର୍ଘଟଣା ଘଟୁଛି ପ୍ରଶାସନ ପକ୍ଷରୁ ବ୍ୟାରିକେଡ ଓ ପୋଲିସ ମୁତୟନ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.