Home କେନ୍ଦୁଝର ନିର୍ବାଚନ ମଣ୍ଡଳୀ ସ୍ତରିୟ ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ

ନିର୍ବାଚନ ମଣ୍ଡଳୀ ସ୍ତରିୟ ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ

242

ପାଟଣା ୨୭-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର କେନ୍ଦେଇପଶି ଠାରେ ଗୁରୁବାର ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପାଟଣା ବିଧାୟକ ଜଗନାଥ ନାଏକ ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ କୁ ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଶଙ୍କର ଚକ୍ର ଙ୍କ ସଞ୍ଜଜନା ରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ରାମରାୟ ମୁନ୍ଦୟା ଜିଲା ବିଜୁ ଛାତ୍ର ଜନତା ଦଳର ସଭାପତି ଆଶିଷ ଆଚାର୍ଯ୍ୟ। ବିଜୁ ଜନତା ଦଳର ହରିଜନ ସେଲ ସଭାପତି ଭରତ ଚନ୍ଦ୍ର ପାତ୍ର ଝୁମ୍ପୁରା ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ନାଏକ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇ ନବୀନ ସରକାରଙ୍କ ଦୀର୍ଘ ୨୩ ବର୍ଷର ସୁଶାସନ ଉପରେ ଉପସ୍ଥିତ ଜଣ ସାଧାରଣ ଓ କର୍ମୀ ମାନଙ୍କୁ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଜୁ ଜନତା ଦଳ ର ସକ୍ରିୟ କର୍ମୀ ଓ ପୁରୁଖା କର୍ମୀ ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ବିଧାୟକ ଓ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ତୃଣ ମୁଳ ସ୍ତରରେ ବିଜୁ ଜନତା ଦଳକୁ ସୁଦୃଢ଼ କରିବା ପାଇଁ ଉପସ୍ଥିତ କର୍ମୀ ଙ୍କୁ ମନ୍ତ୍ର ଫୁଙ୍କିଥିଲେ ଏହି ଦିବସ ରେ ନୂତନ ଭାବରେ ବିଜୁ ଜନତା ଦଳରେ ଅର୍ଜୁନ ଚରଣ ନାଏକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୀର୍ତ୍ତନ ବିହାରୀ ମହାନ୍ତ ଯୋଗଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ଦଳରୁ କମଳ ଲୋଚନ ନାଏକ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଉପସ୍ଥିତ ଅତିଥି ଓ ବିଧାୟକ ସେମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ଦଳ କୁ ସ୍ୱାଗତ କରିଥିଲେ। ୨୩ ତମ ପ୍ରତିଷ୍ଠା ଦିବସ ରେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାଏକ, ଉପାଧକ୍ଷା ଲକ୍ଷ୍ମୀ ପ୍ରିୟା ବେହେରା ପାଟଣା ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି ସାହାରପଡା ବ୍ଲକ ସଭାପତି ଗୋବିନ୍ଦ ଚଦ୍ର ମହାନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ଶଙ୍କର୍ଷଣ ସାହୁ ରାହାସ ବିହାରୀ ପୃଷ୍ଟି, ନିରଞ୍ଜନ ତ୍ରିପାଠୀ, ନବକିଶୋର ପୃଷ୍ଟି, ବିପ୍ଳବ ପୃଷ୍ଟି, ସୌମ୍ୟରଞ୍ଜନ ଚକ୍ର କେନ୍ଦେଇପଶି ସମିତିସଭ୍ୟ ମିତ୍ରଭାନୁ ମହାନ୍ତ ଚିନାମାଳି ପଶି ସରପଞ୍ଚ କନକଲତା ନାଏକ ମିରିଗିଖୋଜି ସମିତିସଭ୍ୟା ଧରିତ୍ରୀ ମହାନ୍ତ ରାଜନଗର ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ନାଏକ ବାଉଁଶୁଳି ସମିତିସଭ୍ୟା ସୁକାନ୍ତି ନାଏକ ଡୁମୁରିଆ ସମିତିସଭ୍ୟ ରାଘବ ଦଳେଇ ଖିରେଇଟାଙ୍ଗିରି ସମିତିସଭ୍ୟ ରମେଶ ନାଏକ ଚାଖୁଣ୍ଡାପାଳ ସମିତିସଭ୍ୟା ନାରଙ୍ଗ ନାଏକ ସମେତ ପାଟଣା ନିର୍ବାଚନ ମଣ୍ଡଳୀର ଚମ୍ପୁଆ ଝୁମ୍ପୁରା ପାଟଣା ସାହାରପଡା ବ୍ଲକର ବିଜୁ ଜନତା ଦଳରକର୍ମୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.