Home କେନ୍ଦୁଝର ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଯୁବକ ଗୁରୁତର

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଯୁବକ ଗୁରୁତର

108

ହରିଚନ୍ଦନପୁର,ତା ୭ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବାଇକ୍ ଆରୋହୀ ଗୁରୁତର । ଖବର ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ତୁରମୁଙ୍ଗା ଥାନା ଖିରେଇଟାଙ୍ଗିରି ନୂଆଗାଁ ଗ୍ରାମର ସୁଧାଂଶୁ ନାଏକ ଓ ସମ୍ପର୍କୀୟ ଭାଇ ରତିକାନ୍ତ ନାଏକ ଏକ ବାଇକ୍ ଯୋଗେ ହରିଚନ୍ଦନପୁର ବ୍ଲକ ଚକ୍ରଧରପୁର ଗ୍ରାମର ସମ୍ପର୍କୀୟ ଘରକୁ ଆସିଥିଲେ । ସେଠାରୁ ହରିଚନ୍ଦନପୁର ଆସିଥିଲେ ଓ ଏଠାରୁ ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଆଖୁପାଳ ଛକରେ ଥିବା ପୋଲିସ ଚେକ୍ ପୋଷ୍ଟ ବୋର୍ଡରେ ଧକ୍କା ଦେଇଥିଲେ । ଫଳରେ ଗାଡିରୁ ଛିଟିକି ପଡ଼ି ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ସାଥିରେ ଥିବା ସମ୍ପର୍କୀୟ ଭାଇ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁଧାଂଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.