Home ଓଡ଼ିଶା ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟି ହେଇ ରାସ୍ତାକଡ଼କୁ ଓଲଟିଲା ଆଇରନ ବୋଝେଇ ଟ୍ରକ ଡ୍ରାଇଭର ଗୁରୁତର

ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟି ହେଇ ରାସ୍ତାକଡ଼କୁ ଓଲଟିଲା ଆଇରନ ବୋଝେଇ ଟ୍ରକ ଡ୍ରାଇଭର ଗୁରୁତର

587

ପାଟଣା ୨୧-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚେମେଣା ନିକଟ ୪୯ ନମ୍ବର ରାଜପଥରେ ୧୪ ଚକିଆ ଆଇରନ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରାଇଭ ଗୁରୁତର ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଛି। ଯୋଡ଼ାରୁ ହଳଦିଆକୁ ଆଇରନ ନେଇ ଯାଉଥିବା ଏହି ୪୯ ନମ୍ବର ରାଜପଥର ସମ୍ପ୍ରସାରଣ ଚାଲିଥିବା ବେଳ ଏକ ଡାଇଭର୍ସନ ପୋଲର ଡିଭାଇଡ଼ରରେ ବାଡେଇ ହୋଇ ଟ୍ରକଟି ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ଗୁରୁତର ଡ୍ରାଇଭର କୁ ୧୦୮ ସାହାଯ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଁଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.