Home ଜିଲ୍ଲା ପରିକ୍ରମା କୁକୁଡା ଖାଇବାକୁ ଆସି ଯନ୍ତାରେ ଫସିଲା ଚିତାବାଘ

କୁକୁଡା ଖାଇବାକୁ ଆସି ଯନ୍ତାରେ ଫସିଲା ଚିତାବାଘ

141

ମାଲକାନଗିରି,୨୦ା୧୧ (ଓଡିଆ ପୁଅ ) ଜଙ୍ଗଲରୁ ସହରକୁ କୁକୁଡା ଖାଇବାକୁ ଆସି ଯନ୍ତାରେ ଫସି ଯାଇଛି ଗୋଟିଏ ଚିତାବାଘ । ଏମିତି ଘଟଣା ଘଟିଛି ସୀମାନ୍ତ ଛତିଶଗଡ ରାଜ୍ୟ କାଙ୍କେର ଜିଲ୍ଲା ର ଏକ କୁକୁଡା ଫାର୍ମରେ ,ସେହି ଫାର୍ମକୁ ଜଙ୍ଗଲରୁ ଏକ ଚିତାବାଘ ଗତ କାଲି ରାତ୍ରରେ ଆସି କୁକୁଡା ଖାଉଥିବା ସମୟରେ ବନବିଭାଗ ଯନ୍ତାରେ ପଡିଯାଇଛି । କାଙ୍କେର ସହର ନିକଟ ଏକ ନିଛାଟିଆ ସ୍ଥାନରେ କଡକନାଥ କୁକୁଡା ଫାର୍ମଟିଏ ରହିଛି । ସେହି ଫାର୍ମଟି ଜଙ୍ଗଲ ନିକଟରେ ଥିବାରୁ ଗତ କିଛି ଦିନହେଲା ଜଙ୍ଗଲରୁ ଏକ ଚିତାବାଘ ଆସି କୁକୁଡା ଫାର୍ମରେ ପସି କୁକୁଡା ଖାଉଥିବାର ଫାର୍ମ ମାଲିକ ଦେଖିବାକୁ ପାଇଥିଲେ । ସେ ଏ ସଂପର୍କରେ ବନବିଭାଗକୁ ଜଣାଇବାରୁ ଗତ କାଲି ବନବିଭାଗ ପକ୍ଷରୁ କୁକୁଡା ଫାର୍ମ ନିକଟରେ ଏକ ଯନ୍ତା ବସାଇ ଜଗିରହିଥିଲେ ।ଗତକାଲି ରାତ୍ରରେ ଜଙ୍ଗଲରୁ ଚିତାବାଘଟି ସେହି କୁକୁଡା ଫାର୍ମ ଭିତରକୁ କୁକୁଡା ଖାଇବାପାଇଁ ଉଦ୍ୟମ କରୁଥିବା ବେଳେ ଯନ୍ତାରେ ଫସିଯାଇଥିଲା । ବନବିଭାଗ ଅଧିକାରୀ ମାନେ ସେହି ବାଘଟିକୁ ଏକ ଟ୍ରକରେ ଲଦି କାଙ୍କେର ଜିଲ୍ଲାସଦର ମହକୁମା ବନବିଭାଗ କାର୍ଯ୍ୟାଳୟକୁ ନେଇ ଯାଇଥିବାର ଜଣାପଡିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.