Home ଓଡ଼ିଶା ଗୁଆଝରରେ ପାଉକ ପ୍ରତିଯୋଗିତା ଅନୁଷ୍ଠିତ

ଗୁଆଝରରେ ପାଉକ ପ୍ରତିଯୋଗିତା ଅନୁଷ୍ଠିତ

291

ଭୁବନେଶ୍ୱର ୨୦.୧୧ (ଓଡ଼ିଆ ପୁଅ) ୧୨୦ତମ ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆଜି କେଦ୍ରଗୌରୀସ୍ଥିତ ଗୁଆଝର ପ୍ରାଙ୍ଗଣରେ ପାଇକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଉତ୍ସବକୁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ଉଦଘାଟନ କରି ସମସ୍ତ ପାଇକ ପ୍ରତିଯୋଗୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ଭାରତ ସ୍ୱାଧୀନତା ବେଳରେ ପାଇକମାନେ ମୁଖ୍ୟ ନିର୍ବାହ କରିଥିଲେ। ଏବେ ବି ଏହି ପାଇକମାନେ ତାଙ୍କ ପୁରୁଣା କଳା ସଂସ୍କୃତିକୁ ବଞ୍ଚେଇ ରଖିଛନ୍ତି। ଇଂରେଜ ମାନଙ୍କ ସହ ଲଢ଼ି ଦେଶ ଓ ରାଜ୍ୟ ବଳିଦାନ ଦେଇଥିଲେ।

ଡ଼ ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ଦୁଃଶାସନ ସ୍ୱାଇଁ, କେଦାରନାଥ ମହାପାତ୍ର, ସନତ ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରତିଯୋଗିତା ବିଚାରକ ଭାବେ ଇଂ ସଚିଦାନନ୍ଦ ସୁନ୍ଦରାୟ, ଶରତ ଚନ୍ଦ୍ର ପାଇକରାୟ, ନୀଳମଣି ମିଶ୍ର, ଦାମୋଦର ହରିଚନ୍ଦନ ଯୋଗଦେଇଥିଲେ। ଆଜିର ପ୍ରତିଯୋଗିତାରେ ୫୧ ପାଇକ ଦଳ ଭାଗନେଇଥିଲେ। ଆସନ୍ତା କାଲି ଡ଼ ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ କୃତି ପାଇକ ଦଳକୁ ପୁରସ୍କୃତ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.