Home ଜଗତସିଂହପୁର ଭାରତୀୟ ତୈଳ ନିଗମ କର୍ପୋରେଟ୍ ପରିବେଶ ଦାୟିତ୍ୱବୋଧତା ପାଣ୍ଠି ବିନିମୟରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ଭାରତୀୟ ତୈଳ ନିଗମ କର୍ପୋରେଟ୍ ପରିବେଶ ଦାୟିତ୍ୱବୋଧତା ପାଣ୍ଠି ବିନିମୟରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

96

ଜଗତସିଂହପୁର ୧୬-୭ (ଓଡ଼ିଆ ପୁଅ/ନୃସିଂହ ବାରିକ୍) ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପାରାଦ୍ୱୀପ ସ୍ଥିତ ଭାରତୀୟ ତୈଳ ନିଗମ କର୍ପୋରେଟ୍ ପରିବେଶ ଦାୟିତ୍ୱବୋଧତା( ସି-ଇ-ଆର୍‌)ପାଣ୍ଠିରୁ ଜଗତସିଂହପୁର ଜିଲ୍ଲାରେ ହେବାକୁ ଥିବା ୧୦ଟି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ସମୀକ୍ଷା କରିଥିଲେ। ଜିଲ୍ଲାପାଳ କହିଲେ ଭାରତୀୟ ତୈଳନିଗମ କତୃପକ୍ଷ ଜିଲ୍ଲାରେ ୧୦ଟି ପ୍ରକଳ୍ପକୁ ଅନୁମୋଦନ କରି ଏଥି ନିମନ୍ତେ ଏଷ୍ଟିମେଟ ପଠାଇବାକୁ ଅନୁରୋଧ କରିଛନ୍ତି। ସମସ୍ତ ୧୦ଟି ପ୍ରକଳ୍ପ ପାଇଁ ୪.୨୦ କୋଟି ଖର୍ଚ୍ଚ ହେବ। ବାଲିକୁଦା ଓ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାହ୍ୟା ବୃଦ୍ଧି ପାଇଁ ଏକ୍ସରେ, ଡିଜିସେଟ୍‌, ଅଲଟ୍ରାସାଉଣ୍ଡ ମେସିନ୍ ପାଇଁ ପ୍ରତ୍ୟେକ ୫୦ଲକ୍ଷ ଟଙ୍କା, ଭଗିନୀ ନିବେଦିତା ବିଦ୍ୟାପୀଠ ଭିତିଭୂମି ବିକାଶ ନିମନ୍ତେ ୨୦ଲକ୍ଷ ଟଙ୍କା, ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ୍ ମୃତିକା ଆର୍ଦ୍ରତା ଓ ବୃକ୍ଷରୋପଣ ପାଇଁ ୫୦ଲକ୍ଷ ଟଙ୍କା, ଜଗତସିଂହପୁର ସହର ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଜିମ୍‌ନାସିୟମ୍ ନିର୍ମାଣ ପାଇଁ ମ୍ୟୁନିସିପାଲିଟିକୁ ୧୦ ଲକ୍ଷ ଟଙ୍କା, ଗୋପାଳସାହି, ଖେରସ ମୈାଜାରେ ଆଧୁନିକ ଶ୍ମଶାନ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା, ମାକଣ୍ଡପୁର ପାକିଁଙ୍ଗ କମ୍ପେକ୍ସ ଓ ଶୈାଚାଳୟ ପାଇଁ ୧୦ଲକ୍ଷଟଙ୍କା, ମାଛଗାଁ କେନାଲର ହାଟପୋଲ ପାଖରୁ ଅନୁକଳ ଚନ୍ଦ୍ର ଆଶ୍ରମ ରାସ୍ତା ଓ ସାର ଓ ବୃକ୍ଷ ରୋପଣ ପାଇଂ ୨୦ଲକ୍ଷଟଙ୍କା କୁଜଙ୍ଗ, ରାହାମା, ତିର୍ତୋଲ ଓ ଜଇପୁର ଠାରେ ପାସେଞ୍ଜର ହଲ୍‌ଟ ଓ ଶୈାଚାଳୟ ନିର୍ମାଣ ପାଇଁ ୧ କୋଟିଟଙ୍କା, ଡିଷ୍ଟିବ୍ୟୁଟାରୀ କେନାଲ ନଂ ୧୦ ରଶ୍ମୀହଲ ଛକଠାରୁ ଦେଉଳିଗ୍ରାମେଶ୍ୱର ପର୍ଯ୍ୟନ୍ତ କ୍ରସ ଡ୍ରେନ ରୋଡ ନିର୍ମାଣ ନିମନ୍ତେ ୧କୋଟି ଟଙ୍କା ଭାରତୀୟ ତୈଳ ନିଗମ କର୍ପୋରେଟ୍ ପରିବେଶ ଦାୟିତ୍ୱବୋଧ ପାଣ୍ଠିରୁ ବିନିଯୋଗ ହେବ। ଏଥିପାଇଁ ନିର୍ବାହୀ ଯନ୍ତ୍ରୀ, ଜଳସଂପଦ, ଜଗତସିଂହପୁର, ନିର୍ବାହୀ ଯନ୍ତ୍ରୀ ଆର୍‌-ଏଣ୍ଡ-ବି, ଜଗତସିଂହପୁର, ନିର୍ବାହୀ ଅଧିକାରୀ ପୈାର ପରିଷଦ, ଜଗତସିଂହପୁର, ବିଡିଓ, ତିର୍ତୋଲଙ୍କୁ ତୁରନ୍ତ ଏଷ୍ଟିମେଟ ପଠାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ନିର୍ବାହୀ ଯନ୍ତ୍ରୀ, ଜଳ ସଂପଦ, ନିର୍ବାହୀ ଯନ୍ତ୍ରୀ, ଆର-ଏଣ୍ଡ-ବି, ନିର୍ବାହୀ ଅଧିକାରୀ ପୈାର ପରିଷଦ ଶ୍ରୀ ବିମଳ କୁମାର ଲେଙ୍କା, ଓ-ଏସ୍‌-ଡି- ଡା- ଶଶାଙ୍କ ଶେଖର ଲେଙ୍କା, ଡେପୁଟୀ କଲେକ୍ଟର, ଉନ୍ନୟନ ବିନୀତା ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ମ୍ୟୁନିସିପାଲିଟି କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.