Home ଜିଲ୍ଲା ପରିକ୍ରମା ଜିଲ୍ଳାର କରୋନା ଆକ୍ରାନ୍ତ ୩ଶହ ଟପିଲା, ଆକ୍ଟିଭ ସଂଖ୍ୟା ୨୦କୁ ବୃଦ୍ଧି : ଧାମନଗର ଏନ୍‌ଏସି...

ଜିଲ୍ଳାର କରୋନା ଆକ୍ରାନ୍ତ ୩ଶହ ଟପିଲା, ଆକ୍ଟିଭ ସଂଖ୍ୟା ୨୦କୁ ବୃଦ୍ଧି : ଧାମନଗର ଏନ୍‌ଏସି ଶୁକ୍ରବାର ଶଟ୍‌ଡାଉନ ଘୋଷିତ : ଭଦ୍ରକ ପୌରପାଳିକାରେ କରୋନା ପଜିଟିଭ୍ ଚିହ୍ନଟ, ୧୪ ଦିନ ପାଇଁ କାର୍ଯ୍ୟାଳୟ ବନ୍ଦ

121

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରେ ଆଉ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଆକ୍ରାନ୍ତ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ବାହାରିଥିବା ବେଳେ ଜଣେ ଭଦ୍ରକ ବ୍ଲକ ଅଞ୍ଚଳର ଏବଂ ଅନ୍ୟ ଜଣେ ଭଦ୍ରକ ପୌରପାଳିକାର ୧୦ ନମ୍ବର ୱାର୍ଡ ଜଗନ୍ନାଥପୁର ଅଞ୍ଚଳ ଓ ଜଣେ ଭଦ୍ରକ ପୌରପାଳିକାର ମହିଳା କର୍ମଚାରୀ ଅଟନ୍ତି । ତାଙ୍କ ଘର ପୁରୁଣାବଜାର ଅଂଚଳ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨ ଜଣ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡିଛି । ଏହି ୮ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୩ଶହ ପାର ହୋଇ ୩୦୬ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ୨୮୪ଜଣଙ୍କୁ ବାଦ୍ ଦେଲେ ଏବେ ଆକ୍ଟିଭ କେଶ୍ ଭାବେ ୨୧ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ନେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଧାମନଗର ଏନ୍‌ଏସି ଅଧିନ ୬ ନମ୍ବର ୱାର୍ଡ ସ୍ଥିତ ଧାମନଗର ସରକାରୀ ହାଇସ୍କୁଲ କ୍ୱାରେଣ୍ଟାଇନ କେନ୍ଦ୍ରକୁ କଣ୍ଟେନମେଣ୍ଟଜୋନ ଭାବେ ଘୋଷଣା କରିଛନ୍ତି ଏବଂ ଧାମନଗର ଏନ୍‌ଏସିର ୯ ନମ୍ବର ୱାର୍ଡକୁ ବଫରଜୋନ କଟକଣା ଜାରି କରାଯାଇଛି । ଏଥି ସହିତ ଧାମନଗର ଏନ୍‌ଏସିକୁ ଶୁକ୍ରବାର ଶଟ୍‌ଡାଉନ ଘୋଷଣା କରାଯାଇଛି । ସପ୍ତାହାନ୍ତ ଶଟ୍‌ଡାଉନ ଶନିବାର ଓ ରବିବାର ସହ ଏହା ସଂଯୁକ୍ତ ହୋଇ ମୋଟ ୩ ଦିନ ଶଟ୍‌ଟାଉନ କଟକଣା ଏଠାରେ ଜାରି ହୋଇଛି । ଏହା ଶୁକ୍ରବାର ସକାଳ ୫ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ଭଦ୍ରକ ପୌରପାଳିକାରେ ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ କାର୍ଯ୍ୟାଳୟକୁ ସାନିଟାଇଜେସନ୍ କରିବା ପାଇଁ ୧୪ ଦିନ କାର୍ଯ୍ୟାଳୟକୁ ଜିଲାପାଳ ଜ୍ଞାନ ଦାସ ବନ୍ଦ ଘୋଷଣା କରିଛନ୍ତି । ଏହି କାର୍ଯ୍ୟାଳୟର ସମସ୍ତ ୍‌କର୍ମଚାରୀ ଓ ଅଧିକାରୀମାନଙ୍କୁ ୧୪ ଦିନ ହୋମ୍ କ୍ୱାରେନଟାଇନ୍‌ରେ ରହିବା ପାଇଁ ମଧ୍ୟ କୁହାଯାଇଛି । ଜିଲ୍ଲାର ଅନ୍ୟ ସ୍ଥାନରେ କେବଳ ସପ୍ତାହାନ୍ତ ଶଟଡାଉନ ଶନିବାର ଓ ରବିବାର ବଳବତ୍ତର ରହିଛି । ଅନ୍ୟପକ୍ଷରେ ଭଦ୍ରକ ବ୍ଲକରୁ ବାହାରିଥିବା ଆକ୍ରାନ୍ତ ଏବଂ ପୌରପାଳିକାର ୧୦ ନମ୍ବର ୱାର୍ଡର ଜଗନ୍ନାଥପୁର ଅଞ୍ଚଳ ଗତକାଲି ଠାରୁ କଣ୍ଟେନମେଣ୍ଟଜୋନ ଘୋଷିତ ହୋଇ ସାରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.