Home ଓଡ଼ିଶା ଭାରତର ନୂଆ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ବନ୍ଦେ ଉତ୍କଳ ଫାଉଣ୍ଡେସନର ହାର୍ଦ୍ଦିକ ଅଭିନନ୍ଦନ

ଭାରତର ନୂଆ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ବନ୍ଦେ ଉତ୍କଳ ଫାଉଣ୍ଡେସନର ହାର୍ଦ୍ଦିକ ଅଭିନନ୍ଦନ

227

ନୂଆଦିଲ୍ଲୀ – ୦୮/୦୮(ଓଡ଼ିଆ ପୁଅ) – ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ନିବାସୀ ଗିରିଶ ଚନ୍ଦ୍ର ମୁର୍ମୁ ଭାରତର ଚତୁର୍ଦ୍ଦଶ କମ୍ପଟ୍ରୋଲର ଓ ଅଡିଟର ଜେନେରାଲ ପଦଭାର ଗ୍ରହଣ କରିଛନ୍ତି। ଆଜି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏକ ନିରାଡ଼ମ୍ବର ତଥା ସାମାଜିକ ଦୂରତା ରଖାଯାଇଥିବା ଉତ୍ସବରେ ଶ୍ରୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗୁଜୁରାଟ କ୍ୟାଡରର ୧୯୮୫ ମସିହାର ଆଇଏଏସ ଅଧିକାରୀ ଶ୍ରୀ ମୁର୍ମୁ ନିକଟରେ ନୂତନ କରି ଗଢାଯାଇଥିବା କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ। ୧୯୫୯ ମସିହା ନଭେମ୍ବର ମାସ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ୬୧ ବର୍ଷୀୟ ଶ୍ରୀ ମୁର୍ମୁ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଶେଷ କାର୍ଯ୍ୟକlଳ ସମୟରେ ପ୍ରମୁଖ ସଚିବ ନିଯୁକ୍ତ ଥିଲେ।

ପ୍ରଥମ ଓଡ଼ିଆ ଭାବେରେ ସିଏଜି ଭଳି ସମ୍ମାନାସ୍ପଦ ସାମ୍ବିଧାନିକ ପଦବୀ ଗ୍ରହଣ କରିଥିବାରୁ ବନ୍ଦେ ଉତ୍କଳ ଫାଉଣ୍ଡେସନର ଅଧକ୍ଷ ତଥା ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଶ୍ରୀ ମୁର୍ମୁଙ୍କୁ ହାର୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏକ ବକ୍ତବ୍ୟରେ ଶ୍ରୀ ମୁର୍ମୁଙ୍କର ଏହି ଆକର୍ଷଣୀୟ ଉପଲବଧି ପାଇଁ ସମଗ୍ର ବିଶ୍ଵର ଓଡ଼ିଆ ଅଧିବାସୀ ମାନେ ଗର୍ବ ଅନୁଭବ କରୁଛନ୍ତି ବୋଲି ଶ୍ରୀ ଦ୍ଵିବେଦୀ କହିଛନ୍ତି। ନୂଆ ପଦଭାର ପାଇଁ ଶ୍ରୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସାଙ୍ଗକୁ ଏହି ଦାୟିତ୍ଵରେ ଶ୍ରୀ ମୁର୍ମୁ ବିପୁଳ ସଫଳତା ହାସଲ କରିବେ ବୋଲି ଶ୍ରୀ ଦ୍ଵିବେଦୀ ଆଶା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.