Home ଜିଲ୍ଲା ପରିକ୍ରମା ନୂଆ ଆଉ ୨ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା – ୮୫୭

ନୂଆ ଆଉ ୨ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା – ୮୫୭

180

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ନୂଆ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୨୧ ହଜାର ୮୯୭ ନମୁନା ପରୀକ୍ଷା ପରେ ଏହି ୨ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୮୫୭ ହୋଇଛି । ତେବେ ୬୪୫ଜଣ ସୁସ୍ଥ ହୋଇ ସାରିଥିଲେ ବି ଏବେ ମଧ୍ୟ ୨୦୮ଜଣ ଆକ୍ରାନ୍ତ ସକ୍ରିୟ ଭାବେ ଚିକିତ୍ସାଧିନ ରହିଛନ୍ତି । ଯେଉଁ ଦୁଇଜଣ ନୂଆ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ସ୍ଥାନୀୟ ସଂକ୍ରମଣ ଏବଂ ଜଣେ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଅଞ୍ଚଳ ଜଣେ ଚାନ୍ଦବାଲି ବ୍ଳକ ବିଜୟନଗର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଏବଂ ଜଣେ ଧାମନଗର ବ୍ଲକ ଅସୁରାଳି ଗ୍ରାମର ଯିଏ କି କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଗୋବିନ୍ଦପୁର ଗ୍ରାମକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.