Home କେନ୍ଦ୍ରାପଡ଼ା ଭରତପୁର ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର – ମୋଟ ୮୯୫ ସ୍ୱାବ ପରୀକ୍ଷା: ୬ପଜିଟିଭ

ଭରତପୁର ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର – ମୋଟ ୮୯୫ ସ୍ୱାବ ପରୀକ୍ଷା: ୬ପଜିଟିଭ

122

କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ରବିବାର କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ପଂଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ, ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମ ଓ ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଳି ୩ଟି ସ୍ଥାନରେ ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଶିବିରର ଆୟୋଜନ କରାଯାଇଥିଲା। ସେଥି ମଧ୍ୟରୁ ଭରତପୁର ପ୍ରାଥମିକ ବିଦ୍ୟାଳୟରେ ୨୪୬ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ସ୍ୱାବ ନେଗେଟିଭ ଆସିଥିଲା। ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାବ ପରୀକ୍ଷା ଶିବିରରେ ୨୨୫ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସବୁ ଗୁଡିକ ନେଗେଟିଭ ଆସିଥିଲା। ସେହିଭଳି ମେହେନ୍ଦିପୁରର ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ ଅନୁଷ୍ଠିତ ସ୍ୱାବ ପରୀକ୍ଷା ଶିବିରରେ ମେହେନ୍ଦିପୁର, ହରିଡାଦଣ୍ଡା, ଦିଆନପାଟଣା, ପାରାଚକ ଓ ଖଣ୍ଡିଆବନ୍ଧି ଗ୍ରାମର ୪୨୪ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୬ଜଣଙ୍କର ପଜିଟିଭ ବାହାରିଥିବା ସରପଂଚ ଶ୍ରୀମତୀ ରାଉତଙ୍କ ଠାରୁ ସୂଚନା ମିଳିଛି। ୬ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୪ଜଣଙ୍କୁ ଛତା କୋଭିଡ ହସପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ଡା-ଖଗେଶ୍ୱର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାବ ପରୀକ୍ଷା କାର୍ଯ୍ୟକ୍ରମରେ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଭରତ କୁମାର ସାହୁ, ଭରତପୁର ପଂଚାୟତର ଏ-ଏନ-ଏମ-ଶ୍ରେୟା ସାସ୍ୱତୀ ପ୍ରତାପ, ବଗଡା ପଂଚାୟତର ଏ-ଏନ-ଏମ-ପ୍ରତିଭା ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରିଥିଲେ। ଯୁବନେତା ଶାରଦା ପ୍ରସାଦ ରାଉତ, ପୂର୍ବତନ ସରପଂଚ ପ୍ରସନ୍ନ କୁମାର ମଲ୍ଲିକ, ଶକ୍ତିକାନ୍ତ ମହାନ୍ତି, ଶ୍ରୀଧର ମହାନ୍ତି, ସୁବୋଧ କୁମାର ଦାସ, ଶିବପ୍ରସାଦ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.