Home ଜିଲ୍ଲା ପରିକ୍ରମା ଭଦ୍ରକ : ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍‌, ପୁଲିସ୍‌ର ଚଢାଉ, ୨ ଟି ହୋଟେଲରୁ ୪...

ଭଦ୍ରକ : ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍‌, ପୁଲିସ୍‌ର ଚଢାଉ, ୨ ଟି ହୋଟେଲରୁ ୪ ଗ୍ରାହକ ସହ ୨ ଯୁବତୀ ଉଦ୍ଧାର

10

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍ । ଖବର ପାଇ ଆଜି ରେଡ୍ କରିଛି ଭଦ୍ରକ ସହରାଂଚଳ ଥାନା ପୋଲିସ । ଦୁଇଟି ହୋଟେଲରୁ ୪ ଗ୍ରାହକଙ୍କ ସହ ଉଦ୍ଧାର ହୋଇଛନ୍ତି ୨ ଯୁବତୀ । ଭଦ୍ରକ ସହରାଂଚଳ ପୋଲିସ ପକ୍ଷରୁ ଦୁଇ ଥାନା ଅଂଚଳରେ ହୋଇଥିଲା ଏହି ଚଢ଼ାଉ । ଏ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ । ଭଦ୍ରକ ସହରାଂଚଳ ପୋଲିସ ଭଦ୍ରକ ସହରର ରାଜଘାଟ ବ୍ରିଜ୍ ନିକଟ ଏକ ହୋଟେଲରେ କରିଥିଲା ଏହି ରେଡ୍ । ରେଡ୍ ବେଳେ ଜଣେ ଯୁବତୀଙ୍କ ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ସେହିଭଳି ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ଧାମରା ବ୍ରିଜ୍ ନିକଟ ଏକ ହୋଟେଲରେ ରେଡ୍ କରିଛି ପୋଲିସ । ସେହି ହୋଟେଲରୁ ମଧ୍ୟ ଦୁଇ ଗ୍ରାହକଙ୍କୁ ଗିରଫ କରିବା ସହ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁଇଟି ଫ୍ଲାଟ୍‌କୁ ହୋଟେଲ ମାଲିକ କରାଇଥିଲେ ରଙ୍ଗମହଲ। ବୁର୍ଖା ପିନ୍ଧି ରାତିରେ ଆସୁଥିଲେ ମାଳ ମାଳ ଝିଅ। ତେବେ ଉଦ୍ଧାର ଦୁଇ ଯୁବତୀଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଯାଇଛି । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ୪ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.