Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

65

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଜଣେ ଠିକାଦାର ଆକ୍ରମଣ କରିବା ପ୍ରତିବାଦରେ କର୍ମଚାରୀମାନଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହେବା ସହ କଲମଛାଡ ଆନ୍ଦୋଳନ କରାଯାଇଛି । ଅପରପକ୍ଷରେ ଠିକାଦାରଙ୍କୁ ସଂପୃକ୍ତ ଜେଇ ଆକ୍ରମଣ କରିଥିବାର ଅଭିଯୋଗ ନେଇ ଟାଉନ୍ ଥାନାରେ ମଧ୍ୟ ଆଉ ଏକ ଅଭିଯୋଗ ଦିଆଯାଇଛି । ଠିକାଦାରଙ୍କ ପକ୍ଷରୁ ପ୍ରଥମ ମାମଲା କରାଯାଇଥିବାବେଳେ ପୌରପାଳିକା ପକ୍ଷରୁ ଦ୍ୱିତୀୟଟି ରୁଜୁ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପୌରପାଳିକାର ୨୪ ନଂ ୱାର୍ଡର ଜଣେ ପୌର ଠିକାଦାରଙ୍କ ନାମରେ ୨ ଗୋଟି କାମ ପାଇଥିବା ଶଶିକାନ୍ତ ପରିଡା ନାମକ ଜଣେ ଉପ ଠିକାଦାର ନିଜ କାମ ବିଷୟରେ ପୌର କାର୍ଯ୍ୟାଳୟକୁ ବୁଝିବାକୁ ଯାଇଥିବାବେଳେ ଉକ୍ତ କାମକୁ ଅନ୍ୟ ଜଣେ ଠିକାଦାରଙ୍କୁ ଦେଇଦେବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା । ସେ ଏଥିରେ ଅରାଜି ହେବାରୁ ପୌର ଜେଇ ଲାଲା ଦେବାଶିଷ ରାୟ ଏବଂ କାର୍ଯ୍ୟାଳୟର ତାଙ୍କର ସହଯୋଗୀମାନେ ତାଙ୍କ ପ୍ରତି ମିଳିତ ଆକ୍ରମଣ କରି ତାଙ୍କର ମୁଣ୍ଡ ଫଟାଇ ଦେଇଥିଲେ । ଅପରପକ୍ଷରେ ସଂପୃକ୍ତ ଠିକାଦାର ନିଶାସକ୍ତ ଅବସ୍ଥାରେ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରିଥିବାବେଳେ ମୋଟର ସାଇକେଲ୍‌ରୁ ଭଡି ଆହତ ହୋଇଥିଲେ । ଏବଂ ସେହି ଦୁର୍ଘଟଣାର କ୍ଷତକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ରାୟଙ୍କ ଉପରେ ମିଥ୍ୟାରେ ଲଦି ଦେଇଥିବା ବିଷୟ ସେ ଅଭିଯୋଗ କରିଛନ୍ତି । ତେବେ ପୌର ଠିକାଦାରୀ କାମରେ ପିସି ପ୍ରସଙ୍ଗକୁ ନେଇ ଉଭୟ ଠିକାଦାର ଏବଂ କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ଏହି ଗଣ୍ଡଗୋଳର ସୂତ୍ରପାଇ ହୋଇଥିବା ବିଷୟ ଆଲୋଚନା ହେଉଛି । ସର୍ବପରି ଏହି ଘଟଣାକୁ ନେଇ ଆଜି ପୌର କର୍ମଚାରୀ ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ ଆରମ୍ଭ ହୋଇ ଏ ସଂପର୍କରେ ଜିଲାପାଳ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପତ୍ର ଦିଆଯାଇଥିବା ବିଷୟ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.