Home ଜିଲ୍ଲା ପରିକ୍ରମା ଦୋକାନ ଛାତ ଭାଙ୍ଗି ୨ ଆହତ

ଦୋକାନ ଛାତ ଭାଙ୍ଗି ୨ ଆହତ

64

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଚେରୀ ବଜାରସ୍ଥିତ ଏକତା ମାର୍କେଟ୍‌ରେ ଦୋକାନର ଛାତ ଖସିପଡିବାରୁ ୨ ଜଣ ଆହତ ହୋଇଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ସକାଳ ୧୧ଟା ସମୟରେ କଚେରୀ ବଜାରସ୍ଥିତ ଏକତା ମାର୍କେଟ୍‌ରେ ଲୋକମାନେ କିଣାବିକାରେ ବ୍ୟସ୍ତ ଥିବାବେଳେ ସରକାରୀ ମାର୍କେଟ୍ କମ୍ଲେକ୍ସର ୩ଟି ଦୋକାନ ଗୃହର ଛାତ ଭାଙ୍ଗି ଖସିପଡିଥିଲା । ଫଳରେ ଦୋକାନରେ ଥିବା ଗ୍ରାହକ ସମେତ ବ୍ୟବସାୟ ଆହତ ହୋଇଥିବାର ଜଣାପଡିଛି । ଅନ୍ୟପକ୍ଷରେ ଏହି ଦୋକାନ ଗୃହ ପୌରପାଳିକାର ଥାଇ ସରକାରୀ ଗୃହ ହୋଇଥିବାରୁ ଦୋକାନ ହାତଛଡା ହୋଇଯିବା ଭୟରେ ଏହି ଘଟଣାକୁ ବ୍ୟବସାୟୀମାନେ ଚପାଇ ନିଜର ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.