Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ସମାଜସେବୀ ମହାସଂଘ ଗଠିତ ଓ ଆଲୋଚନା ଚକ୍ର

ଭଦ୍ରକ ଜିଲ୍ଲା ସମାଜସେବୀ ମହାସଂଘ ଗଠିତ ଓ ଆଲୋଚନା ଚକ୍ର

12

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସହାୟ ଲୋକଟି ସହାୟତା ପାଉ । ଅବହେଳିତ ମଣିଷଟି ଆଶ୍ରିତ ହେଉ । ନିଷ୍ପେଷିତ ବ୍ୟକ୍ତିଟି ନିରୁପାୟ ନ ହେଉ । ସାମାଜିକ ବ୍ୟବସ୍ଥା ମଧ୍ୟରେ ସରକାରୀ କିମ୍ବା ପ୍ରଶାସନିକ ଅଧିକାରରୁ ବଞ୍ଚିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ମୁତାବକ ସେବା ଓ ସହାୟତା କରିବାର ଏକ ମହତ ମନୋଭାବ ନେଇ ଭଦ୍ରକ ଜିଲ୍ଲା ସମାଜସେବୀ ମହାସଂଘ ଆଗାମୀ ଦିନରେ କାର୍ଯ୍ୟ କରିବ ବୋଲି ଆଜି ଜିଲ୍ଲାର ୩୦ରୁ ଉର୍ଦ୍ଧ୍ୱ ସାମାଜିକ ସଂଗଠନକୁ ନେଇ ଅନୁଷ୍ଠିତ ଆଲୋଚନାଚକ୍ରରେ ମଞ୍ଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅପରାହ୍ଣରେ ମହାସଂଘ ପକ୍ଷରୁ କର୍ମକର୍ତ୍ତାଙ୍କ ଦ୍ୱାରା ଏକ ମଟରସାଇକେଲ ଶୋଭାଯାତ୍ରା ମାଧ୍ୟମରେ ସହରରେ ଥିବା ଡ. ହରେକୃଷ୍ଣ ମହତାବ, ମହାତ୍ମାଗାନ୍ଧୀ, ଗୋପବନ୍ଧୁ ଦାଶ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ସଂସ୍କୃତି ଭବନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସଭାପତି ଅପୂର୍ବ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇଥିଲା । ମୁଖ୍ୟଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ଉପସ୍ଥିତ ଯୁବ ସମାଜସେବୀଙ୍କୁ ମାର୍ଗଦର୍ଶନ କରାଇଥିଲେ । ସାଧାରଣ ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ ମହାସଂଘ ଗଠନର ଅଭାମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ହାତକୁ ନିଆଯିବାକୁ ଥିବା ରଣନୀତି ସମ୍ବନ୍ଧରେ କାର୍ଯ୍ୟକାରୀ ସଭାପତି ପ୍ରକାଶ ସ୍ୱାଇଁ ପ୍ରକାଶ କରିଥିଲେ । ସଞ୍ଜିତ କୁମାର ନାୟକ ସାମାଜିକ ବ୍ୟବସ୍ଥା ମଧ୍ୟରେ ଦୃଷ୍ଟିଗୋଚର ହେଉଥିବା ଅନେକ ସମସ୍ୟା ଉପରେ ଚର୍ଚ୍ଚା କରିଥିଲେ । ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା ଯୋଗ ଦେଇ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଆଲୋଚନାଚକ୍ରରେ ସାମାଜିକ ସଂଗଠନମାନଙ୍କର ପ୍ରମୁଖ କାର୍ଯ୍ୟକର୍ତ୍ତା ଚିନ୍ମୟ ବେହେରା, ଦିଲିପ ନାୟକ, ରଶ୍ମିରଞ୍ଜନ ସାହୁ, ସୁଶାନ୍ତ କୁମାର ସାହୁ, ଗିତାଞ୍ଜଳୀ ଜେନା, ରଜତ କୁମାର ଦାସ, ରଘୁରାମ ଜେନା, ସଞ୍ଜୟ ସାହୁ, ସାଇ ସୁମନ, ଉତ୍କଳମଣି ସେବାରୁ ତ୍ରିପାଠୀ ବାବୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ବିଚାର ପ୍ରକାଶ କରିଥିଲେ । ସନ୍ତୋଷ ବେହେରା, ଜ୍ୟୋତିପ୍ରକାଶ ଦାଶ, ରଜା ପଣ୍ଡା, ପ୍ରମୋଦ ଦାସ, ଚନ୍ଦନ ଦାସ, ଗୌତମ ବାରିକ ପ୍ରମୁଖ ସହଯୋଗ କରିଥବା ବେଳେ ଧୀରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.