Home ଜିଲ୍ଲା ପରିକ୍ରମା ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ୍‌ଦେବା ନେଇ ଆନ୍ଦୋଳନ

ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ୍‌ଦେବା ନେଇ ଆନ୍ଦୋଳନ

23

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକ ଅନ୍ତର୍ଗତ ବ୍ରହ୍ମପୁର ସେବା ସମବାୟ ସମିତିକୁ ଚଳିତ ବର୍ଷ ଧାନ କିଣାରୁ ବାଦ୍ ଦିଆଯିବା ନେଇ ଆଜି ଚାଷୀମାନେ ଆନ୍ଦୋଳନ କରିଛନ୍ତି । ବ୍ରହ୍ମପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଧାରଣା ଦେଇ ଉକ୍ତ ସମିତିକୁ ଧାନ କିଣିବାକୁ ଅନୁମତି ଦେବାକୁ ଦାବୀ କରିଥିଲେ । ଏ ନେଇ ସମିତି ସମ୍ପାଦକଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି ଯଦି ସମିତିକୁ ଅନୁମତି ନ ମିଳେ ତେବେ ଆସନ୍ତାକାଲି ଭଦ୍ରକ -ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ଠାରେ ସକାଳ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ କରାଯିବ ବୋଲି ଚାଷୀନେତା ହେମନ୍ତ କୁମାର ପାଢୀ ଚେତାବନୀ ଦେଇଥିଲେ । ଦୀର୍ଘ ବର୍ଷ ଧରି ଏହି ସମିତି ଜରିଆରେ ସରକାର ଧାନ କିଣି ଆସୁଥିବା ବେଳେ ଚଳିତ ବର୍ଷ ସମିତିକୁ ବାଦ୍ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ଧାନ କିଣା ପାଇଁ ଆଦେଶ ଦେଇଛନ୍ତିି । ଯାହାକୁ କେନ୍ଦ୍ର କରି ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି । ଏଥିରେ ରାଜନୈତିକ ଅଭିସନ୍ଧି ରଖାଯାଇଥିବା ସ୍ପଷ୍ଟ ଅନୁମାନ କରାଯାଉଛି । ତୁରନ୍ତ ସମିତିକୁ ଧାନ କିଣିବାକୁ ଅନୁମତି ଦେବାକୁ ଚାଷୀ ଦାବୀ କରିଛନ୍ତିି । ଆଜି ଦାବୀ ପୂରଣ ନ ହେଲେ ଆସନ୍ତାକାଲି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଅଜୟ କୁମାର ମଲିକ, ଭରତ ଗିରି, ବାସନ୍ତୀ ଗିରି, ଗିତାଞ୍ଜଳୀ ସେନାପତି, ମହେଶ୍ୱର ସାହୁ, ନରେନ୍ଦ୍ର ମାହୁନ୍ତ, ବନମାଳୀ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.