Home କେନ୍ଦୁଝର ବାଲି ନଉଠାଇଦେବାକୁ ଅଭିନବ ଯୋଜନା, ରାସ୍ତାରେ ଲଗାଇଲେ ଗଛ

ବାଲି ନଉଠାଇଦେବାକୁ ଅଭିନବ ଯୋଜନା, ରାସ୍ତାରେ ଲଗାଇଲେ ଗଛ

48

ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ଅଧିନସ୍ଥ ଜମ୍ଭରା ବାଲିଘାଟକୁ ସରକାର ୫ବର୍ଷିୟା ଲିଜ ସୁତ୍ରରେ ନିଲାମ ଦେବାକୁ ବସିଥିବାବେଳେ କିଛି ଲୋକ ଏବେ ବାଲିଘାଟ ରାସ୍ତାରେ ଗଛ ଲଗାଇ ବାଲି ନ ଉଠାଇ ଦେବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି । ଏନେଇ ଲିଜଧାରୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ହାଟଡିହି ତହସିଲ ପକ୍ଷରୁ ବୈତରଣୀ ନଦୀର ଜମ୍ଭରା ବାଲିଘାଟକୁ ଟେଣ୍ଡର ଡାକାଯାଇଥିଲା । ଏଥିରେ ଗୁରୁବ୍ରତ ଖଣ୍ଡେଇ ନାମକ ଜଣେ ଲିଜଧାରୀ ସର୍ବାଧିକ ବିଡର ହିସାବରେ ରହିଥିଲେ । କିନ୍ତୁ ଏହି ଲିଜରୁ ବାଦ ପଡିଥିବା ଜଣେ ବ୍ୟକ୍ତି ଟେଣ୍ଡର ପ୍ରକ୍ରୀୟା ପରେ ଏହି ବାଲିଘାଟ ରାସ୍ତାରେ ଉଦ୍ଦେଶ୍ୟ ମୁଳକ ଭାବେ ଗଛ ଲଗାଇଥିବା ଗୁରୁବ୍ରତ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.