Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟକାରିଣୀ ପୁନର୍ଗଠିତ

ଭଦ୍ରକ ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟକାରିଣୀ ପୁନର୍ଗଠିତ

15

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନର ୧୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରିଣୀ ପୁନର୍ଗଠିତ ହୋଇଯାଇଛି । ଉପେନ୍ଦ୍ର କୁମାର ବାରିକ ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଧିରେନ ପଲାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପ ସଭାପତି ଭାବେ ଭବତୋଷ ଦାସ ଓ ନୀଳଶୈଳ ନାୟକ, ଯୁଗ୍ମ ସମ୍ପାଦକ ଭାବେ ରାଣୀତାଲ ନିବାସୀ ଦିଲ୍ଲିପ କୁମାର ନାୟକ ଓ ନୀଳମାଧବ ଦାସ ଓ କୋଷାଧ୍ୟକ୍ଷ ଭାବେ ବ୍ୟୋମକେଶ ସେନାପତି ନିର୍ବାଚିତ ହୋଇଛନ୍ତି । ଅଧ୍ୟାପକ ବିଜୟ କୁମାର ଜେନା,ଲକ୍ଷ୍ମୀକାନ୍ତ ଷଢଙ୍ଗୀ, ଆଇନଜିବୀ ଯତିକାନ୍ତ ନାୟକ,ବିଜୟ କୁମାର ଲଖାନୀ, ରୋଟାରିଆନ ଅତିସ କୁମାର ବେହେରା,ରବିନାରାୟଣ ପାଣିଗ୍ରାହୀ,ଚରମ୍ପା ନିବାସୀ ଦିଲ୍ଲିପ ନାୟକ ଓ ସୁଶିଲ କୁମାର ପଟ୍ଟନାୟକ ଏହି କାର୍ଯ୍ୟକାରିଣୀର ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରିଣୀ ପୁନର୍ଗଠନ ପ୍ରକ୍ରିୟା ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା ଓ ଏହି କ୍ରମରେ ଆଜି ପୁର୍ବାହ୍ନରେ ନିର୍ବାଚନ କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକାରିଣୀର ପ୍ରତି ପଦବୀ ପାଇଁ ଗୋଟିଏ ଲେଖାଏ ନାମାଙ୍କନ ପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିଥିବାରୁ ନିର୍ବାଚନ ଅଧିକାରୀ ରୂପେ ନିମନ୍ତ୍ରିତ ବରିଷ୍ଠ ଆଇନଜିବୀ ଦିବ୍ୟସିଂହ ନାୟକ ସମସ୍ତଙ୍କୁ ନିର୍ବାଚିତ ଘୋଷଣା କରିଥିଲେ । ନିର୍ବାଚନ ଓ କାର୍ଯ୍ୟକାରିଣୀ ପୁନର୍ଗଠନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ଦ୍ଧେଶ କ୍ରମେ ସି.ଇ.ଓ. ସୁବ୍ରତ କୁମାର ବେହେରା ଓ ଓଡ଼ିଶା ଅଲିମ୍ପିକ ଆସୋସିଏସନର ସାଧାରଣ ସମ୍ପାଦକ ତଥା କ୍ରିିକେଟ ଆସୋସିଏସନର କାଉନସିଲ ସଦସ୍ୟ ପର୍ଯ୍ୟବେକ୍ଷକ ରୂପେ ଅଭିଜିତ ପାଲ ଯୋଗଦେଇଥିଲେ । ନିର୍ବାଚନ ପରେ ଅନୁଷ୍ଠିତ ସାଧାରଣ ସଭାରେ ପୁର୍ବତନ ଉପସଭାପତି ଅଧ୍ୟାପକ ବିଜୟ କୁମାର ଜେନା ସଭାପତିତ୍ୱ କରିଥିଲେ ।

ଏହି ସଭାରେ ନିର୍ବାଚନ ଅଧିକାରୀ ନିର୍ବାଚନା ପରିଚାଳନା ସର୍ମ୍ପକିୟ ବିବରଣୀ ପ୍ରଦାନ କରିଥିବା ବେଳେ ଓଡ଼ିଶା କ୍ରିକେଟ ଆସୋସିଏସନର ପର୍ଯ୍ୟବେକ୍ଷକ ମାନେ ଏତେ ଅନ୍ତରଙ୍ଗ ପରିବେଶରେ ଶୃଙ୍ଖଳାର ସହିତ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ସାଧାରଣ ସଭାର ସଦସ୍ୟ ମାନଙ୍କୁ ପ୍ରସଂଶା କରିଥିଲେ । ବିଦାୟୀ ସାଧାରଣ ସମ୍ପାଦକ ଉପେନ୍ଦ୍ର କୁମାର ବାରିକ ବିଗତ କାର୍ଯ୍ୟକାରିଣୀର କାର୍ଯ୍ୟଧାରା ସର୍ମ୍ପକରେ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ । ନବନିଯୁକ୍ତ ସାଧାରଣ ସମ୍ପାଦକ ଧିରେନ ପଲାଇ ତୃଣମୂଳ ସ୍ତରରୁ କ୍ରିକେଟ ପ୍ରତିଭା ମାନଙ୍କୁ ଆବିଷ୍କାର କରି ସେମାନଙ୍କୁ ଉପଯୁକ୍ତ ତାଲିମ ଦେବାକୁ ଓ ଭଦ୍ରକ ଜିଲ୍ଲାରେ କ୍ରିକେଟର ଭିତ୍ତିଭୁମି ଉନ୍ନତ କରିବାକୁ ନୁତନ କାର୍ଯ୍ୟକାରିଣୀ ଉଦ୍ୟମ କରିବ ବୋଲି ପ୍ରତିଶୃତି ଦେବା ସହ ଭଦ୍ରକ କୋଣ ଅନୁକୋଣରୁ କ୍ରିକେଟ ପ୍ରେମୀ ମାନଙ୍କର ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକର ପୁର୍ବତନ ବିଧାୟକ ନରେନ ପଲାଇ, ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡ଼େମିର ମୁଖ୍ୟ କେ.ଭି.ପ୍ରସାଦ,ଚାନ୍ଦବାଲି କ୍ରିକେଟ ଏକାଡ଼େମୀର ପ୍ରଶିକ୍ଷକ ଶିଶିର ଦାସ, ୟୁନାଇଟେଡ଼ କ୍ଲବର ସଭାପତି ପାର୍ଥସାରଥୀ ରାୟ, ଜଗନ୍ନାଥପୁର କ୍ରିକେଟ କ୍ଲବର ପଶିକ୍ଷକ ମନୋଜ ସାହୁ ପ୍ରମୁଖ ଭଦ୍ରକ କ୍ରିକେଟର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ରୋଟାରିଆନ ଅତିସ କୁମାର ବେହେରା ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ସଭା ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ପରିଚାଳନାରେ ନୁର ମହମ୍ମଦ ଖାନ, ରବିନାରାୟଣ ଓଝା,ରୁଦ୍ର ନରାୟଣ ବାରିକ,ସୁବାଷ ବେହେରା, ଜସ୍ମିତା ବାରିକ, ବ୍ରଜଲକ୍ଷ୍ମୀ ମହାନ୍ତି ଓ ପୁଷ୍ପମଞ୍ଜରୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.