Home ଓଡ଼ିଶା ଭଦ୍ରକ ଜିଲ୍ଲାରେ ସମ୍ବର୍ଦ୍ଧିତ ହେଲେ ୩ଜଣ ସ୍ୱାଧୀନତା ସଂଗ୍ରାମୀ

ଭଦ୍ରକ ଜିଲ୍ଲାରେ ସମ୍ବର୍ଦ୍ଧିତ ହେଲେ ୩ଜଣ ସ୍ୱାଧୀନତା ସଂଗ୍ରାମୀ

69

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ‘ସ୍ୱତନ୍ତ୍ରତା ସୈନିକ ସମ୍ମାନ’ ଯୋଜନାରେ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି। ସମଗ୍ର ରାଜ୍ୟରୁ୧୦ଜଣ ସ୍ୱାଧୀନତା ସଂଗ୍ରାମୀ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ୩ଜଣ ସ୍ୱାଧୀନତା ସଂଗ୍ରାମୀ ଧାମନଗର ବ୍ଳକ ଶିବପୁର ଗ୍ରାମର ବ୍ରଜକିଶୋର ରାଉତ, ସୂର୍ଯ୍ୟପୁର ଗ୍ରାମର ରାମହରି ଗୋସ୍ୱାମୀ ଏବଂ ଗୌରୀଶ୍ୟାମ ଗୋସ୍ୱାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମଗ୍ର ରାଜ୍ୟ କୋବିଡ଼ ଆଇନର କଟକଣାରେ ରହିଥିବାରୁ ଉକ୍ତ ସମ୍ମାନ ପ୍ରଦାନ ଉତ୍ସବକୁ ବାତିଲ କରାଯାଇ ସେମାନଙ୍କୁ ନିଜ ଜନ୍ମସ୍ଥାନ ବାସ ଗୃହରେ ଜିଲ୍ଳାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ- ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଧାମନଗର ବିଡିଓ ଦୁର୍ଗା ମୁର୍ମୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସୂର୍ଯ୍ୟପୁର ଗ୍ରାମକୁ ଯାଇ ରାମହରି ଗୋସ୍ୱାମୀ ଓ ଗୌରୀଶ୍ୟାମ ଗୋସ୍ୱାମୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ବିଡିଓ ଶ୍ରୀ ମୁର୍ମୁ ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ଶିବପୁର ଗ୍ରାମକୁ ଯାଇ ସଂଗ୍ରାମୀ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.