Home ଜିଲ୍ଲା ପରିକ୍ରମା ଭଦ୍ରକ – ଚିହ୍ନଟ ହେଲେ ୨୬୨ ଆକ୍ରାନ୍ତ

ଭଦ୍ରକ – ଚିହ୍ନଟ ହେଲେ ୨୬୨ ଆକ୍ରାନ୍ତ

50

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୨୬୨ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୮ ହଜାର ୮୫୫ । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଛନ୍ତି ୧୬ ହଜାର ୨୮୩ । ଏବେ ସକ୍ରିୟ ଅଛନ୍ତି ୨୫୩୮ଜଣ । ନୂତନ ଚିହ୍ନଟଙ୍କ ମଧ୍ୟରେ ବନ୍ତ ବ୍ଳକର ନରିପୁର, ବନ୍ତ, କାଦବରାଙ୍ଗ, ନିଳୋକ, ପାରାବନ୍ଧ, କୁଣ୍ଡଳା, ଷେଣ୍ଢତୀରା ଗ୍ରାମରୁ ମୋଟ ୩୮ଜଣ, ଚାନ୍ଦବାଲି ବ୍ଲକର ଗୋପାଳପୁର, ବାଜରାପୁର, ଭାଟପଡା, ଧାମରା, ଦୋସିଙ୍ଗା, ବଳଭଦ୍ରପ୍ରସାଦ, ମତୋ, ମଉସୁଧା, ଓରାସାହି, ମାଣିପୁର, କରଣପଲ୍ଲୀ, ଗୁଆଁଶାଳ, ଖଦାଳପୋଖରୀ, ଖେରଙ୍ଗ ଗ୍ରାମରୁ ମୋଟ ୨୮ଜଣ, ଧାମନଗର ବ୍ଳକର ଦକ୍ଷିଣବାଡ, ଦଳାଙ୍ଗ, ଧୁଷୁରୀ, ଶୋଧ, ପତ୍ରିବିନ୍ଧା, ହସନାବାଦ, କଲ୍ୟାଣୀ, କାସିମପୁର, ଖପରପଦା, ଖଡିପଦା, ଷୋହଡା, କୋଠାର, କରଦା, ନଦୀଗାଁ ପ୍ରଭୃତି ଗ୍ରାମରୁ ୩୮ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକ ପୌରପାଳିକାର କୁଆଁସ, ଚନ୍ଦନବଜାର, କଦମବେଢା, ଉତ୍ତରବାହିନୀ, ଗବସାହି, ବାଇପାସ, ବାଗୁରାଇ, ନୂଆବଜାର, ଜଗନ୍ନାଥପୁର ଗ୍ରାମରୁ ମୋଟ ୧୪ଜଣ, ବାସୁଦେବପୁର ପୌରପାଳିକାର ୱାର୍ଡ ନଂ ୧୧, ୮, ୧୯, ୧୪, ୨୨, ୧୦, ୯, ୧୬ରୁ ମୋଟ ୧୦ ଜଣ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଲକର ଅଢୁଆଁ, ନାଇକାଣିଡିହି, ବେତଡା, ଆନ୍ଦୋଳା, ଅରଣ୍ଡୁଆ, ଭଗାପୁର, ବାଲିମୁଣ୍ଡା, ବରଣ୍ଡୁଆ, ଗଦି, ବିନାୟକପୁର, ଚୁଡାମଣି, ପାଟଣାମିଶ୍ରପୁର, ଗୁଆଗଡ଼ିଆ, ଜଗନ୍ନାଥପୁର, କୃଷ୍ଣପୁର, କୁମାରପୁର, ନୂଆଗାଁ, ପଢୁଆଁ, ସାନକୃଷ୍ଣପୁର ଗ୍ରାମରୁ ୪୦ଜଣ, ଭଣ୍ଡାରିପୋଖରୀ ବ୍ଳକର ଭଗବାନପୁର, ନମକଣା, ଷୋଳମପୁର, ନପଙ୍ଗ, ଦେଓପଡା, ରଞ୍ଜିତ, ନରେଶପୁର ଗ୍ରାମରୁ ୧୨ ଜଣ, ଭଦ୍ରକ ବ୍ଲକର ଆମ୍ବରୋଳି, ଏରେଇଁ, ସାମରାଇପୁର, ଗେଲଟୁଆ, ଗୁଜିଦରଡା, ଖଣ୍ଡତଡା, କୋରକୋରା, ଓଲଙ୍ଗ, ରାନ୍ଦିଆ, ଆର.ଏନ. ବେତରା, ସାବରଙ୍ଗ, କେଦାରପୁର ଚରମ୍ପାରୁ ମୋଟ ୨୮ ଜର, ତିହିଡ଼ି ବ୍ଳକର ଚାରିବୃତ୍ତି, ଭାଟପଡା, ବୋଡକ, ରାଣିପୁର, ସିନ୍ଦୋଳ, ଅଚକ, ବାରୋ, ଦୋଳସାହି, ଶ୍ୟାମସୁନ୍ଦରପୁର, ନାଥପଡା ଓ ଗୋପସାହିରୁ ମୋଟ ୩୨ ଜଣ, ଚାନ୍ଦବାଲି ଏନ୍‌ଏସିରୁ ୩ଜଣ, ଅନ୍ୟ ଜିଲ୍ଲାର ୩ଜଣ ଏବଂ ଭଦ୍ରକ ଜିଲ୍ଲାର ୧୬ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.