Home ଜିଲ୍ଲା ପରିକ୍ରମା ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀ ମୃତ

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀ ମୃତ

82

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବାସୁଦେବପୁର ବ୍ଲକ୍ ନାୟକାଣୀଡିହି ଥାନା ଅଧୀନସ୍ଥ ଗୋବିନ୍ଦପୁର ପଂଚାୟତର ବ୍ରଜାନନ୍ଦପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୋଖରୀରେ ବୁଡିଯାଇ ଦୁଇ ନାବାଳିକା ଭଉଣୀଙ୍କର ମୃତ୍ୟୁ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ସଦାନନ୍ଦ ଘଡେଇଙ୍କ ୧୨ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଓ ଚାନ୍ଦବାଲି ଥାନା ଘଣ୍ଟେଶ୍ୱର ଅଂଚଳର ଧନେଶ୍ୱର ବାରିକଙ୍କ ୯ ବର୍ଷର ଝିଅ ବବ୍‌ଲି (ସଂର୍ପକୀୟା ଭଉଣୀ) ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ । ତେବେ ବବ୍‌ଲି ନିଜ ମାମୁଁଘର ବ୍ରଜାନନ୍ଦପୁର ଗ୍ରାମର ସଦାନନ୍ଦଙ୍କ ଘରକୁ ବୁଲି ଆସିଥିବାବେଳେ ଏହି ଅଘଟଣ ଘଟିଛି । ଯାହା ଜଣାଯାଏ ଉଭୟ ଗାଧୋଇବାକୁ ଯାଇ ବୁଡିଗଲାବେଳେ କେହି ନଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ଉଭୟଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.